କନକ ବ୍ୟୁରୋ: ଭୁଲ ବୁଝିଲେ ରାଜ୍ୟସଭା ସାଂସଦ ମୁନା ଖାଁ । ନିକଟ ଅତୀତରେ ରାଜ୍ୟସଭା ସାଂସଦ ମୁନା ଖାଁ ଏକ ସଭାରେ ପୁଣ୍ୟାତ୍ମା ରାମକୃଷ୍ଣ ନନ୍ଦଙ୍କ ରଚିତ ପ୍ରାର୍ଥନା ଆହେ ଦୟାମୟ ବିଶ୍ଵ ବିହାରୀର ଶେଷ ଦୁଇ ପକ୍ତିକୁ କଟାକ୍ଷ କରିଥିଲେ । ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ସହ ସ୍ବର୍ଗତ ରାମକୃଷ୍ଣ ନନ୍ଦଙ୍କ ପରିବାର ପକ୍ଷରୁ ନାନାମତେ ପ୍ରତିକ୍ରିୟାର ସ୍ୱର ଉଠିଥିଲା । ପରେ ମୁନା ଖାଁ ନିଜର ଭୁଲ ମନ୍ତବ୍ୟକୁ ଉପଲବ୍ଧି କରି ଆଜି ସ୍ବର୍ଗତ ରାମକୃଷ୍ଣ ନନ୍ଦଙ୍କ ବାସଭବନରେ ପହଞ୍ଚି ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ନମସ୍ୟ ହେବାସହ ତାଙ୍କ ପରିବାରକୁ ଭେଟିଥିଲେ ।
ପ୍ରାର୍ଥନାକୁ କଟାକ୍ଷ କରିଥିଲେ , ପରେ ଭୁଲ ମାଗିଲେ ରାଜ୍ୟସଭା ସାଂସଦ ମୁନା ଖାଁ
ଭୁଲ ବୁଝିଲେ ରାଜ୍ୟସଭା ସାଂସଦ ମୁନା ଖାଁ। ପ୍ରାର୍ଥନା ’ଆହେ ଦୟାମୟ ବିଶ୍ଵ ବିହାରୀ’ର ପକ୍ତିକୁ କରିଥିଲେ କଟାକ୍ଷ। ବିରୋଧର ସ୍ବର ଉଠିବାରୁ ଭୁଲ ମାଗଲେ ବିଜେଡି ନେତା।
/kanak/media/media_files/2024/12/30/6aP202HJdijQzv7tOyAl.jpg)