ଲୋୟର ପିଏମଜିରେ ହାଣ୍ଡିଶାଳର ତାତି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ଗର୍ଜିଲା ବିଜେଡି

Advertisment

ନିର୍ବାଚନ ପରଠାରୁ ଦଳୀୟ ସଂଗଠନକୁ ନେଇ ସବୁବେଳେ ଘାଣ୍ଟି ହେଉଥିବା ବିଜେଡି, ଆଜି ଦମ୍ ଦେଖାଇଛି। ଦରଦାମ ବୃଦ୍ଧି ଓ ଚାଷୀ ଭଳି ଲୋକଙ୍କ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି।

ନିର୍ବାଚନ ପରଠାରୁ ଦଳୀୟ ସଂଗଠନକୁ ନେଇ ସବୁବେଳେ ଘାଣ୍ଟି ହେଉଥିବା ବିଜେଡି, ଆଜି ଦମ୍ ଦେଖାଇଛି। ଦରଦାମ ବୃଦ୍ଧି ଓ ଚାଷୀ ଭଳି ଲୋକଙ୍କ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି।

ମୋହନଙ୍କୁ ନବୀନଙ୍କ ମହଙ୍ଗା ମାଡ଼

ମୋହନଙ୍କୁ ନବୀନଙ୍କ ମହଙ୍ଗା ମାଡ଼ Photograph: (KanakNews )

କନକ ବ୍ୟୁରୋ: ନିର୍ବାଚନ ପରଠାରୁ ଦଳୀୟ ସଂଗଠନକୁ ନେଇ ସବୁବେଳେ ଘାଣ୍ଟି ହେଉଥିବା ବିଜେଡି, ଆଜି ଦମ୍ ଦେଖାଇଛି। ଦରଦାମ ବୃଦ୍ଧି ଓ ଚାଷୀ ଭଳି ଲୋକଙ୍କ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି।

  • ମୋହନଙ୍କୁ ନବୀନଙ୍କ ମହଙ୍ଗା ମାଡ
  • ପିଏମଜିରେ ବିଜେଡିର ଗର୍ଜନ 

ବିଳମ୍ବରେ ହେଲେ ବି ମହଙ୍ଗା ମାଡକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ଦରଦାମ ବୃଦ୍ଧି ପ୍ରତିବାଦରେ ଲୋୟର ପିଏମଜିରେ ହଜାର ହଜାର ବିଜେଡି ନେତା ଓ କର୍ମୀ ଏକାଠି ହୋଇ ବିକ୍ଷୋଭ କରିଛନ୍ତି। ବଡ କଥା ହେଉଛି, ଆନ୍ଦୋଳନର ମଙ୍ଗ ସମ୍ଭାଳିଛନ୍ତି ନିଜେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଉ ମୋହନ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। 

ନବୀନ କହିଛନ୍ତି, ଜୁନ୍ ମାସରେ ବିଜେପି ସରକାର ଗଠନ ହେଲା। ୭ମାସ ହେଇଗଲା, କେବଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ କିନ୍ତୁ କାମ ଶୂନ। ଦରଦାମ ବଢିଛି ଆକ୍ସନ କିଛି ନାହିଁ। ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି କିନ୍ତୁ ଜଣା ପଡୁନି। ଡାଲି, ତେଲ ମେଡ଼ିସିନ ସବୁ ଜିନିଷର ଦର ଆକାଶ ଛୁଆଁ। ମାର୍କେଟ ଉପରେ ସରକାରଙ୍କ କଣ୍ଟ୍ରୋଲ ନାହିଁ। ଆଇ ମା କାହାଣୀ କହି ସରକାର ଖୁସ।

ତେବେ ବିଜେଡି ବିକ୍ଷୋଭକୁ ନେଇ କଟାକ୍ଷ କରିଛନ୍ତି ଯୋଗାଣ ମନ୍ତ୍ରୀ। ବିଜେଡିକୁ ସମାଲୋଚନା କରି କହିଛନ୍ତି, ବିରୋଧୀ ଦଳ କର୍ତ୍ତବ୍ୟ ସେ କରନ୍ତୁ। ମୋହନ ମାଝୀଙ୍କ ସରକାର ଯାହା କହୁଛନ୍ତି ସେ ତାହା କରୁଛନ୍ତି। ଦରଦାମ ବୃଦ୍ଧି ପ୍ରତିବାଦ ଗୋଟେ ନାଟକ, ଆଉ କିଛି ନୁହେଁ। 

ସୂଚନାଯୋଗ୍ୟ ଯେ, ନିର୍ବାଚନ ପରେ ବିଜେଡି ପ୍ରଥମ ଥର ପାଇଁ ବିଜେପି ସରକାର ବିରୋଧରେ ଏକ ବଡ ଆନ୍ଦୋଳନ କରିଛି।  କିନ୍ତୁ ବିଜେଡିର ଏହି ପ୍ରତିବାଦ କେବଳ ଲୋୟର ପିଏମଜିରେ ସୀମିତ ରହିବ, ନା ଆଗକୁ ବଢ଼ିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe