କୋର୍ଟ କଚେରୀରେ ଲଢୁଥିଲେ, ଏବେ ମୈଦାନରେ ଲଢ଼େଇ: ପୋଲାଭରମ ବିରୋଧରେ ବିଜେଡିର ରଣହୁଙ୍କାର

Advertisment

ପୋଲାଭରମ ପ୍ରକଳ୍ପ ବିରୋଧରେ ମୋଟୁ ମାଟିରୁ ମହାଲଢେଇ। କ୍ରିୟାନୁଷ୍ଠାନ କମିଟିର ଗଣ ଆନ୍ଦୋଳନକୁ ବିଜେଡି ସମର୍ଥନ କରି ପୋଲାଭରମ ବିରୋଧୀ ସ୍ବରକୁ ଆହୁରି ଶାଣିତ କରିଛି। କିନ୍ତୁ ପ୍ରଶ୍ନ ଉଠୁଛି, ଆନ୍ଦୋଳନ କଣ ପୋଲାଭରମ ପ୍ରକଳ୍ପକୁ ଅଟକାଇପାରିବ?

ପୋଲାଭରମ ପ୍ରକଳ୍ପ ବିରୋଧରେ ମୋଟୁ ମାଟିରୁ ମହାଲଢେଇ। କ୍ରିୟାନୁଷ୍ଠାନ କମିଟିର ଗଣ ଆନ୍ଦୋଳନକୁ ବିଜେଡି ସମର୍ଥନ କରି ପୋଲାଭରମ ବିରୋଧୀ ସ୍ବରକୁ ଆହୁରି ଶାଣିତ କରିଛି। କିନ୍ତୁ ପ୍ରଶ୍ନ ଉଠୁଛି, ଆନ୍ଦୋଳନ କଣ ପୋଲାଭରମ ପ୍ରକଳ୍ପକୁ ଅଟକାଇପାରିବ?

95kkk

Photograph: (kanak news)

କନକ ବ୍ୟୁରୋ: ପୋଲାଭରମ ପ୍ରକଳ୍ପ ବିରୋଧରେ ମୋଟୁ ମାଟିରୁ ମହାଲଢେଇ। କ୍ରିୟାନୁଷ୍ଠାନ କମିଟିର ଗଣ ଆନ୍ଦୋଳନକୁ ବିଜେଡି ସମର୍ଥନ କରି ପୋଲାଭରମ ବିରୋଧୀ ସ୍ବରକୁ ଆହୁରି ଶାଣିତ କରିଛି। କିନ୍ତୁ ପ୍ରଶ୍ନ ଉଠୁଛି, ଆନ୍ଦୋଳନ କଣ ପୋଲାଭରମ ପ୍ରକଳ୍ପକୁ ଅଟକାଇପାରିବ? ନା ପୋଲାଭରମ ପ୍ରସଙ୍ଗକୁ ଜୀବିତ ରଖି ରାଜ୍ୟର ସ୍ବାର୍ଥ ପାଇଁ ଲଢେଇ କରୁଛି ବୋଲି ବାର୍ତ୍ତା ଦେବ। 

ମୁଣ୍ଡରେ ସାବେରୀ ନଈର ପାଣି କଳଶ। ହାତରେ ପୋଲାଭରମ ବିରୋଧି ପ୍ଲାକାର୍ଡ। ପୋଲାଭରମ ପ୍ରତିବାଦ ମିଳିତ କ୍ରିୟାନୁଷ୍ଠାନ କମିଟି ଆଢୁଆଳରେ ବିଜେଡିର ଜନ ଆନ୍ଦୋଳନ। ଓଡ଼ିଶାର ଶେଷ ସୀମାରୁ ପୋଲାଭରମ ବିରୋଧରେ ଜଳ ସଂଗ୍ରାମ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି ଓ ବିଜେଡି। ଏହି ଆନ୍ଦୋଳନକୁ ଆହୁରି ଶାଣିତ କରିବାକୁ ପଡୋଶୀ ରାଜ୍ୟରୁ ଅନେକ ଲୋକ ମଧ୍ୟ ସାମିଲ ହୋଇଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆବାସୀ ଯୋଗେ ସାମିଲ ହୋଇ ଏହି ଆନ୍ଦୋଳନକୁ ବଳ ଦେଇଛନ୍ତି। ସିଧାସଳଖ କହିଛନ୍ତି, ପୋଲାଭରମ ବିରୋଧରେ ପଲ୍ଲୀରୁ ଦିଲ୍ଲୀ ଲଢ଼େଇ ଜାରି ରହିବ ।

ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶାରେ ରାଜନୀତି ନୂଆ ନୁହେଁ। ପ୍ରସଙ୍ଗ ପୁରୁଣା, କିନ୍ତୁ ନିଷ୍କର୍ସ ଶୂନ । ଓଡ଼ିଶାରେ କାଦୁଆଫିଙ୍ଗା ରାଜନୀତି ଭିତରେ ଆନ୍ଧ୍ର ପୋଲାଭରମକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ବସିଛି। ବିଜେଡିର ଆନ୍ଦୋଳନକୁ ନେଇ ବିଜେପି ମାରିଛି କଟାକ୍ଷର ତୀର। ଅସ୍ତିତ୍ବ ବଞ୍ଚାଇବାକୁ ପୋଲାଭରମକୁ ଅସ୍ତ୍ର କରିଛନ୍ତି ବିଜେଡି। ପୋଲାଭରମ ଆଳରେ ବିଜେଡି ରାଜନୈତିକ ରୋଟି ସେକୁଥିବା କହିଛନ୍ତି ବିଜେପି ବିଧାୟକ। ଅନ୍ୟପଟେ ପୋଲାଭରମ ବିରୋଧୀ ଲଢେଇକୁ ଜୋରଦାର କରିବାକୁ ଚେତାଇ ଦେଇଛି ବିଜେଡି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe