କନକ ବ୍ୟୁରୋ : ରାଜ୍ୟରେ ବଢୁଥିବା ଦୁଷ୍କର୍ମକୁ ନେଇ ପ୍ରତିବାଦ କରିବ ବିଜେଡି । ଆସନ୍ତା ୨୫ ତାରିଖ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯିବ । ଛାତ୍ର ଛାତ୍ରୀ ମାନେ ଶ୍ରେଣୀ ବର୍ଜନ କରିବା ସହ କଳା ବ୍ୟାଜ୍ ପରିଧାନ କରିବେ ଓ ପିକେଟିଂ କରିବେ । ଏନେଇ ଆଜି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମଳନୀ ସୂଚନା ଦିଆଆଯାଇଛି । ବିଧାୟକ ଦେବୀ ରଞ୍ଜନ ତ୍ରୀପାଠୀ କହିଛନ୍ତି, ଓଡ଼ିଶାରେ ନାରୀ ସୁରକ୍ଷିତ ନୁହଁ । ଗତ ବର୍ଷକରେ ୩ ହଜାର ଦୁଷ୍କର୍ମ  ମାମଲା ରୁଜୁ ହୋଇଛି । ଯେଉଁଥିପାଇଁ ଆସନ୍ତା ବୁଧବାର ଛାତ୍ରଛାତ୍ରୀ ମାନେ ପ୍ରତିବାଦ କରିବେ ।

Advertisment

ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ଅଞ୍ଜନା ମିଶ୍ର ଘଟଣା ଠାରୁ ବଳିଯାଇଛି ଗୋପାଳପୁର ଘଟଣା ।  ପ୍ରତିଦିନ ୧୫ରୁ ଅଧିକ ମହିଳା ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହୋଇଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚୁପ୍ ।  ବିଶ୍ୱ ମାନଚିତ୍ରରେ ଓଡିଶା ନିନ୍ଦିତ ହେଉଛି । ଯାହାର ପ୍ରତିବାଦରେ ବିଜେଡି କରିବ ତୀବ୍ର ପ୍ରତିବାଦ ।