ଭରତପୁର ଥାନା ଘଟଣାରେ ବିଜେଡିର ପ୍ରେସମିଟ୍ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

Advertisment

ଭରତପୁର ଥାନା ଘଟଣା ସାରା ଭାରତକୁ ଆନ୍ଦୋଳିତ କରିଛି । ନିର୍ଯାତନା ଓ ଅଶ୍ଳୀଳ ବ୍ୟବହାର ଯାହା ଥାନାରେ କରାଯାଇଛି, ବିଭିନ୍ନ ବର୍ଗ ଓ ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ମହିଳା ବିଜେଡି ବି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛନ୍ତି ।

ଭରତପୁର ଥାନା ଘଟଣା ସାରା ଭାରତକୁ ଆନ୍ଦୋଳିତ କରିଛି । ନିର୍ଯାତନା ଓ ଅଶ୍ଳୀଳ ବ୍ୟବହାର ଯାହା ଥାନାରେ କରାଯାଇଛି, ବିଭିନ୍ନ ବର୍ଗ ଓ ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ମହିଳା ବିଜେଡି ବି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛନ୍ତି ।

devi mishra and arun sahoo

କନକ ବ୍ୟୁରୋ: ଭରତପୁର ଥାନା ଘଟଣା ସାରା ଭାରତକୁ ଆନ୍ଦୋଳିତ କରିଛି । ନିର୍ୟାତନା ଓ ଅଶ୍ଳୀଳ ବ୍ୟବହାର ଯାହା ଥାନାରେ କରାଯାଇଛି, ବିଭିନ୍ନ ବର୍ଗ ଓ ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।  ମହିଳା ବିଜେଡି ବି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛନ୍ତି । ତାଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରାଯାଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏ ଘଟଣାରେ ଚାରି ଦିନ ତଳେ ବିଚାର ବିଭାଗୀୟ ତଦନ୍ତ ଓ ହାଇକୋର୍ଟ ମନିଟରିଙ୍ଗ ପାଇଁ ଦାବି କରିଥିଲେ।  ଗତକାଲି ରାତିରେ ରାଜ୍ୟ ସରକାର ବୈଠକ ନେଇ ନବୀନ ପଟ୍ଟନାୟକଙ୍କ ଦାବି ମାନିଥିଲେ।  ତେଣୁ ଆସନ୍ତାକାଲି ଯେଉଁ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ନିଷ୍ପତ୍ତି ନେଇଥିଲା ବିଜେଡି, ସେଥିରୁ ଓହରିଲା ଦଳ । ବିଜେଡି ସଭାପତିଙ୍କ ଅନୁମୋଦନରେ ସାମୁହିକ ପ୍ରତ୍ୟାହାର କରାଗଲା। ନାଗରିକଙ୍କ ହଇରାଣ ଆମେ ଚାହୁଁନୁ। ସରକାର ମାନିଛନ୍ତି, ତେଣୁ ୬୦ ଦିନ ଭିତରେ ନିରପେକ୍ଷ ଯାଞ୍ଚ ଓ ସହଯୋଗ ରହି ପ୍ରକୃତ ସତ୍ୟ ବାହାରି ପୀଡିତା ନ୍ୟାୟ ପାଇବେ ବୋଲି ଆଶା ବୋଲି କୁହାଯାଇଥିଲା। ରାଜ୍ୟପାଳଙ୍କ ଝାଡ଼ଖଣ୍ଡ ପୁଅ ଇଝଙ ଙ୍କୁ ଯେଉଁ ମାଡ଼ ମାରିଥିଲେ, ତାହାର ୧୫ ଦିନ ଭିତରେ ରିପୋର୍ଟ ଆସିବା କୁହାଯାଇଥିଲା, ତାହା ହେଲାନି।  ସରକାର୧୦୦ ଦିନ ପୂରଣରେ ଏପରି ଘଟିଛି ବୋଲି ବିଜେଡି କହିଛି। ଅନ୍ୟପଟେ ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ଖବର ଆସିଛି। ନବରଙ୍ଗପୁରରେ ଭାତ୍ରା ସମ୍ପ୍ରଦାୟର ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ସରକାର କାହାଣୀ ନ କହି, କାମ କରନ୍ତୁ। ନବୀନ ପଟ୍ଟନାୟକଙ୍କ ଦାବି ଓ ଆନ୍ଦୋଳନର ନିଷ୍ପତ୍ତି ପାଇଁ ବିଳମ୍ବରେ ଦାବି ଶୁଣିଲେ ସରକାର। ଦିନ ନ ଗଡ଼ାଇ, ତୁରନ୍ତ ନିଷ୍ପତ୍ତି ଓ ନ୍ୟାୟ ମିଳୁ। ନ୍ୟାୟ ନ ପାଇଲେ, ବିଜେଡି ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe