୨୪ ବର୍ଷ ବନାମ ୧୦୦ ଦିନ: ଟାର୍ଗେଟ କଲେ  ନବୀନ ।  ଆଇନା ଦେଖାଇଲା ବିଜେପି ।

Advertisment

ଆଜିଠୁ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ୱରରେ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି ବିଜେପି ଉପରେ ବର୍ଷିଛନ୍ତି  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଉ ଏହାର କଡ଼ା ଜବାବ ଦେଇଛି ବିଜେପି । 

ଆଜିଠୁ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ୱରରେ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି ବିଜେପି ଉପରେ ବର୍ଷିଛନ୍ତି  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଉ ଏହାର କଡ଼ା ଜବାବ ଦେଇଛି ବିଜେପି । 

16୍୍୍୍

କନକ ବ୍ୟୁରୋ: ପରାଜୟ ପରେ ସାମ୍ନାକୁ ଆସିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ହେଲେ ପରାଜୟର କାରଣ ଖୋଜିବା ବଦଳରେ ନୂଆ ସରକାରଙ୍କୁ କଲେ ନିଶାନା । ନିର୍ବାଚନ ବେଳେ ବିଜେପି ହାତି ଦେବି ଘୋଡା ଦେବି କହି ରାଜ୍ୟବାସୀଙ୍କୁ ପ୍ରତାରଣା କରିଥିବା କହିଛନ୍ତି । ନବୀନ କଟାକ୍ଷ କରି କହିଛନ୍ତି, ମିଛ କହି ନିର୍ବାଚନ ଜିତିହୁଏ, ହେଲେ ଲୋକଙ୍କ ବିଶ୍ବାସ ନୁହେଁ । ମିଛ କଥା ହେଲା ବିଜେପିର ୟୁଏସପି । ତେବେ ଲୋକ ସେବା ଜାରି ରହିବ । ରାଜ୍ୟରେ ମହିଳା ସୁରକ୍ଷା, ମାଗଣା ବିଜୁଳି, ଭତ୍ତା ଓ ସୁଭଦ୍ରା ଯୋଜନାକୁ ନେଇ ନବୀନ ବର୍ଷିଛନ୍ତି। 

  • ମିଛକୁ ନେଇ ମୁହାଁମୁହିଁ
  • ଆଗକୁ ହେବ କ’ଣ ?

ନବୀନଙ୍କ ଉଦବୋଧନ ସହ ବିଜେଡି ରାଜ୍ୟବ୍ୟାପୀ ପଦଯ।ତ୍ରା ଆରମ୍ଭ କରିଛି । ଏବେ ପଦଯାତ୍ରାରେ ରାଜ୍ୟବ୍ୟାପୀ ବୁଲିବେ ନେତା । ତେବେ ବିଜେଡି ସୁପ୍ରିମୋ ନଭେମ୍ୱରରୁ ଜିଲ୍ଲା ବୁଲିବେ । ଏକାମ୍ର ନିର୍ବାଚନଚନମଣ୍ଡଳୀରେ ଆୟୋଜିତ ସଭାରେ ବିଜେଡିର ବଡ ନେତା ସାମିଲ ହୋଇଥିଲେ । ସବୁବେଳେ କମ ଭାଷଣ ଦେଉଥିବା ନବୀନଙ୍କ ଭାଷଣ ଏଥର ଟିକିଏ ଲମ୍ୱା ଥିଲା । ଆଉ ଏଥିରେ ସେ ବିଜେପିକୁ ଟାର୍ଗେଟ କରିଥିଲେ । ସେପଟେ ବିଜେପି କହିଛି ନବୀନ ମିଥ୍ୟାର ସାହାରା ନେଉଛନ୍ତି ।
 
ବିଜେଡି ପଦଯାତ୍ରା ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ୟ୍ୟାୟ ୬ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ୨୧ରୁ ୩୦ ଯାଏଁ ହେବ । ଆଉ ଏହା ପୂର୍ବରୁ ଶାସକ-ବିରୋଧୀ ମୁହାଁମୁହିଁ ରାଜ୍ୟ ରାଜନୀତିକୁ ସରଗରମ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe