ରାଜରାସ୍ତାକୁ ଓହ୍ଲାଇବାକୁ ବିଜେଡିର ସଜବାଜ : ନବୀନ ନିବାସରେ ବରିଷ୍ଠ ନେତାଙ୍କ ସହ ବୈଠକରେ ନିଷ୍ପତ୍ତି

ସଂଗଠନକୁ ସୁଦୃଢ଼ କରିବା ସହ IT ର ବହୁଳ ବ୍ୟବହାର ଉପରେ ବୈଠକରେ ଆଲୋକପାତ ହେଲା । ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିଥିଲେ । ଆଜି ୯୦ % ରୁ ଅଧିକ ବ୍ଲକ ବିଜେଡି ଦଖଲରେ ରହିଛି ।

Naveen Niwas

Naveen Niwas Photograph: (KanakNews)

କନକ ବ୍ୟୁରୋ : ବିଜେପି ସରକାର ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରିଥିବା ଅଭିଯୋଗ କରି ରାଜରାସ୍ତାକୁ ଓଲ୍ହାଇବା ନେଇ ପ୍ରସ୍ତୁତ ହେଉଛି ବିଜେଡି । ବିଜେଡି ନେତାଙ୍କୁ ନେଇ ନବୀନ ନିବାସରେ ବୈଠକ ସରିବା ପରେ ଏହି ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ପ୍ରାୟ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ନେତାମାନଙ୍କୁ ଟ୍ରେନିଂ ଦେଲେ ବିଜେଡି IT ସେଲ ଆବାହକ ଅମର ପଟ୍ଟନାୟକ । ସଂଗଠନକୁ ସୁଦୃଢ଼ କରିବା ସହ IT ର ବହୁଳ ବ୍ୟବହାର ଉପରେ ବୈଠକରେ ଆଲୋକପାତ ହେଲା । ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିଥିଲେ । ଆଜି ୯୦ % ରୁ ଅଧିକ ବ୍ଲକ ବିଜେଡି ଦଖଲରେ ରହିଛି । ଯେଉଁଥିପାଇଁ ସରକାର ଷଡ଼ଯନ୍ତ୍ର କରି ସେମାନଙ୍କ କ୍ଷମତା ପ୍ରତ୍ୟାହାର କରି BDO ଙ୍କୁ କ୍ଷମତା ଦେଉଛନ୍ତି । ଏହାର ପୁନର୍ବିଚାର ନ କଲେ ବିଜେଡି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି । ସେହିପରି ବୁଥ ସ୍ତରୀୟ ଏଜେଣ୍ଟ ଓ ବ୍ଲକ ସଭାପତିଙ୍କ ତାଲିକା ବି ବୈଠକରେ ମଗାଯାଇଛି । ଏସବୁ ପାଇଁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପାଇଁ ପଠାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe