କନକବ୍ୟୁରୋ : ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ହେବା ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିଧାନସଭା ଘେରାଉ କରାଯାଉଛି । ବିଜେଡି କର୍ମୀମାନେ ୨ଟି ବ୍ୟାରିକେଡ୍ ଭାଙ୍ଗିଛନ୍ତି ।  ଏଣେ ପୁଲିସ୍ ସହ ବିଜେଡି କର୍ମୀମାନଙ୍କର ଧସ୍ତାଧସ୍ତି ହୋଇଛି ।

Advertisment

ବିଜେଡିର ବିଧାନସଭା ଘେରାଉ ଉପରେ ପ୍ରତିକ୍ରିୟା  ରଖିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । ସେ କହିଛନ୍ତି, ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ହୋଇନାହିଁ ବରଂ ପିସି କାରବାର ବନ୍ଦ ହୋଇଛି   ।  ୪୦ ପ୍ରତିଶତ ପିସି କାରବାରରେ ରୋକ ଲାଗିଛି  ।  ବିଜେଡିର ଚାମଚା ଏବଂ ଠିକାଦାରଙ୍କୁ ଏହା ବାଧିଛି। ମୋହନ ସରକାର ପଞ୍ଚାୟତକୁ ଶକ୍ତିଶାଳୀ କରିଛନ୍ତି ।

ବିକାଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର  ।  ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସାମିଲ କରି ପଲ୍ଲୀ ସଭା କରି ଗାଁକୁ ବିକଶିତ କରାଯିବ ।   ସେମାନେ ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଗ୍ରାମ ସଭା କରେଇ ଦେଉନଥିଲେ ।  ପଞ୍ଚାୟତ ପ୍ରତିନିଧିଙ୍କୁ ପଚାରୁ ନଥିଲେ  ।   ବିଜେଡିର ଦଲାଲ ଏବଂ ଠିକାଦାର ପୋଷିବା ନୀତି ପାଇଁ ବିଧାନସଭା ଭିତରେ ଏବଂ ବାହାରେ ଡ୍ରାମା କରୁଛନ୍ତି ବିଜେଡି ନେତା ।