ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା: ଗୃହ ୪ଟା ଯାଏଁ ମୁଲତବି

ବିଧାନସଭାରେ ବିରୋଧୀ ବିଜେଡି ବିଧାୟକଙ୍କ ହଙ୍ଗାମା । ଗୃହର ମଧ୍ୟଭାଗରେ ବିଜେଡି ବିଧାୟକମାନଙ୍କ ଲଗାତାର ପ୍ରତିବାଦ ପରେ, ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ତେବେ ଗତକାଲି ଅପରାହ୍ଣରେ ଗୃହକାର୍ୟ୍ୟ ସ୍ୱାଭାବିକ ହେବା ପରେ ଆଶା କରାଯାଉଥିଲା ଆଜି ପ୍ରଶ୍ନକାଳ ସ୍ୱାଭାବିକ ହେବ, ହେଲେ ସେମିତି କିଛି ବି ଦେଖିବାକୁ ମିଳିନି । ପୂର୍ବପରି ଆଜି ବି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ଯାହାପରେ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି ।

ODISHA ASSEMBLY

କନକ ବ୍ୟୁରୋ: ବିଧାନସଭାରେ ବିରୋଧୀ ବିଜେଡି ବିଧାୟକଙ୍କ ହଙ୍ଗାମା । ଗୃହର ମଧ୍ୟଭାଗରେ ବିଜେଡି ବିଧାୟକମାନଙ୍କ ଲଗାତାର ପ୍ରତିବାଦ ପରେ, ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ତେବେ ଗତକାଲି ଅପରାହ୍ଣରେ ଗୃହକାର୍ୟ୍ୟ ସ୍ୱାଭାବିକ ହେବା ପରେ ଆଶା କରାଯାଉଥିଲା ଆଜି ପ୍ରଶ୍ନକାଳ ସ୍ୱାଭାବିକ ହେବ, ହେଲେ ସେମିତି କିଛି ବି ଦେଖିବାକୁ ମିଳିନି । ପୂର୍ବପରି ଆଜି ବି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ଯାହାପରେ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି ।

ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା ପରଠାରୁ ବିଜେଡି ବିଧାୟକମାନେ ଫ୍ଲୋରର ମଝିକୁ ଆସି ହୋ ହଲ୍ଲା କରିଥିଲେ । ଅନ୍ୟପଟେ କଂଗ୍ରେସ ବିଧାୟକମାନେ ନିଜ ନିଜ ସିଟରେ ଠିଆ ହୋଇ ପ୍ରତିବାଦ କରିଥିଲେ । ଗୋଟିଏ ପଟେ ବିଜେଡି ବିଧାୟକମାନେ ପଞ୍ଚାୟତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ପ୍ରସଙ୍ଗରେ ଗୃହରେ ହୋହଲ୍ଲା କରୁଥିବାବେଳେ, କଂଗ୍ରେସ ବିଧାୟକମାନେ ବିଜେଡି-ବିଜେପି ଭାଇ ଭାଇ ପ୍ଲାଗକାର୍ଡ ଦେଖାଇ ପ୍ରତିବାଦ କରିଥିଲେ । ଆଉ ଶେଷରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe