BJPକୁ କଡ଼ା ଜବାବ ଦେଲେ ଗଣେଶ୍ବର ବେହେରା । କହିଲେ ଲୋକେ ଧୂଳିରେ ଅଛନ୍ତି ନବୀନ ଧୁଳି ଖାଉଛନ୍ତି ।

କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସେ କହିଛନ୍ତି, “ନବୀନଙ୍କ ଗସ୍ତରେ ଭୟଭିତ ବିଜେପି । ଲୋକେ ଧୂଳିରେ ଅଛନ୍ତି ନବୀନ ଧୁଳି ଖାଉଛନ୍ତି । "

ଅଦ୍ୟତନ ହୋଇଛି
12୍‌-

12୍‌- Photograph: (12୍‌-)

କନକ ବ୍ୟୁରୋ: ସ୍ୱାଧୀନତା ସଂଗ୍ରାମୀ ମଞ୍ଚରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆମ ସରକାର ପାଇଁ ନବୀନ ଆଇଭୋରି ଟାୱାରରୁ ବାହାରି ଧୂଳି ଖାଇବାକୁ ବାଧ୍ୟ ହୋଇଛନ୍ତି। ଟାୱାରରୁ ବାହାରି ବିଲ ମୁଣ୍ଡକୁ ଯିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି କହି ନବୀନଙ୍କୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ କାମ କରିବା ଓ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ପୂରଣ କରୁଛନ୍ତି। ଯେଉଁମାନେ ପୂର୍ବରୁ ଦାୟିତ୍ଵ ନେଇ କାମ କରୁଥିଲେ, ସେମାନଙ୍କୁ ଲୋକ ଭେଟି ପାରୁନଥିଲେ। ଆଜି ସେମାନେ ଲୋକଙ୍କ ପାଖକୁ ଯାଉଛନ୍ତି। ବିଜେପି ସରକାରର କାର୍ୟ୍ୟ ଧାରାକୁ ଦେଖି ବିରୋଧୀଦଳ ନେତା ବ୍ୟତିବ୍ରସ୍ତ ହେଉଛନ୍ତି ବୋଲି କହିଛନ୍ତି ମୋହନ ମାଝୀ। ଆଜି ମନ୍ତ୍ରୀ ମାନେ ଲୋକସେବା ଭବନ ନୁହେଁ, ଗାଁରେ ବୁଲୁଛନ୍ତି। ଦାନା ବାତ୍ୟା ବେଳେ ମଧ୍ୟ ମନ୍ତ୍ରୀ ମାନେ  ଗ୍ରାଉଣ୍ଡରେ ବୁଲୁଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

ସେପଟେ ଏହାକୁ ନେଇ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସେ କହିଛନ୍ତି, “ନବୀନଙ୍କ ଗସ୍ତରେ ଭୟଭିତ ବିଜେପି । ଲୋକେ ଧୂଳିରେ ଅଛନ୍ତି ନବୀନ ଧୁଳି ଖାଉଛନ୍ତି ।  ଜନପ୍ରତିନିଧି ଭାବରେ ଲୋକଙ୍କ ପାଖକୁ ନବୀନ ଯାଉଛନ୍ତି । ଆଇଭେରୀ ଟାୱାରରେ ବସିବା ଭୁଲ କଥା । ଜନ ପ୍ରତିନିଧି ଭାବରେ ସେ ଲୋକଙ୍କ ନିକଟକୁ ଯାଉଛନ୍ତି  ।  ନବୀନଙ୍କ ଗସ୍ତରେ ଭିଡ଼ ଦେଖି ବିରୋଧୀ ଭୟଭିତ।  ବିଜେପି ସରକାର ମାତ୍ର ଦୁଇଟି ପ୍ରତିଶୃତି ପୂରଣ କରିଛନ୍ତି ।  ଶୁଭଦ୍ରା ଓ ଧାନ ସବ୍‌ସିଡି ଛଡ଼ା ବିଜେପି ସରକାର ଆଉ କିଛି କରିନି।“

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe