କନକ ବ୍ୟୁରୋ : ଓଡ଼ିଶାରେ ଦୁର୍ଯ୍ୟୋଧନ-ଦୁଃଶାସନଙ୍କ ଶାସନ ଚାଲିଛି । ବୁଧବାର ସରକାରକୁ କିଛି ଏମିତି କରି ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ମୁଲତବି ଆଲୋଚନା ବେଳେ ବିଜେଡି ବିଧାୟକ କହିଛନ୍ତି, ଆଜି ଗୋଟିଏ ଝିଅ ପୁରୁଷ ବନ୍ଧୁ ସହ ବେଳାଭୂମି ଯିବାକୁ ଡରୁଛି । ଓଡ଼ିଶାରେ ନାରୀ ନିର୍ଯାତନା, ମହିଳା ହିଂସା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଛି । ଏହାସହ ପୁଲିସ କନେଷ୍ଟବଳ ଶୁଭମିତ୍ରାଙ୍କ କଥା କହି, ବିଧାୟକ କହିଛନ୍ତି ଶୁଭମିତ୍ରା ନିଜେ ପଲିସ ହୋଇ ଅନ୍ୟକୁ ସୁରକ୍ଷା ଦେବ ବୋଲି ଭାବିଥିଲା, ହେଲେ ସେ ନିଜେ ସୁରକ୍ଷିତ ନୁହେଁ । କମିସନରେଟ ପୁଲିସ ଏନକାଉଣ୍ଟର କରି କରି ଫ୍ଲାୱାର ନୁହେଁ ଫାୟାର ବୋଲି ଫିଲ୍ମ ଡାଏଲଗ ମାରୁଥିଲେ । ହେଲେ ଏଠି ଦୃଶ୍ୟମ ଫିଲ୍ମ ଘଟଣା ଘଟିଗଲା ବୋଲି ଗୌତମ ବୁଦ୍ଧ ରାୟ କହିଛନ୍ତି ।
ସେପଟେ ବିଜେଡ଼ି ଦେଇଥିବା ମୁଲତବି ପ୍ରସ୍ତାବ ଉପରେ ଉତ୍ତର ରଖୁଥିବା ବେଳେ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ପ୍ରସଙ୍ଗରେ ବିଜେଡିକୁ ପ୍ରଶ୍ନ କରିଛନ୍ତି ଆଇନ ମନ୍ତ୍ରୀ । ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ନାଁ ନେଇ ପୃଥ୍ୱୀରାଜ କହିଛନ୍ତି, ଏହା ଶତାବ୍ଦୀର ସବୁଠୁ ଜଘନ୍ୟ ହତ୍ୟାକାଣ୍ଡ ଥିଲା । ଜଣେ ସନ୍ଥଙ୍କୁ ୭ଟି ଗୁଳି ମାରି କିଏ ହତ୍ୟା କରିଥିଲା ? କାହା ପ୍ରରୋଚନାରେ କରିଥିଲା ? ତାହା ବିଜେଡ଼ି ସ୍ପଷ୍ଟ କରୁ ବୋଲି ମୁଲତବି ଆଲୋଚନା ବେଳେ କହିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/09/24/goutam-buddha-das-2025-09-24-14-17-51.jpg)