କନକ ବ୍ୟୁରୋ: ପୂର୍ବତଟ ରେଳବାଇରୁ ୱାଲଟିଅର ଡିଭିଜନକୁ ଅଲଗା କରି ପୂର୍ବତଟ ରେଳବାଇର ପରିସୀମାକୁ ସଙ୍କୁଚିତ କରଯାଉଛି । ଏହା ଏକ ଚକ୍ରାନ୍ତ ବୋଲି କହିଛନ୍ତି ସାରଦା ଜେନା । ସମ୍ବଲପୁର, ଖୋର୍ଦ୍ଧା ଓ ୱାଲଟିଅରକୁ ନେଇ ପୂର୍ବତଟ ରେଳବାଇ ଗଠିତ ହୋଇଥିଲା । ମାତ୍ର କେନ୍ଦ୍ର ସରକାର ଆନ୍ଧ୍ରକୁ ଖୁସି କରିବାକୁ ୱାଲଟିଅର ଜୋନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୋଲାଭରମରେ ଯେଭଳି ଆନ୍ଧ୍ରକୁ ସମର୍ଥନ ଦେଇ ଓଡିଶା ସ୍ୱାର୍ଥକୁ ଅଣଦେଖା କରାଗଲା । ରେଲୱେ କ୍ଷେତ୍ରରେ ବି ସେଭଳି ନୀତି ଆପଣା ଯାଉଛି । ଏହାଦ୍ୱାରା ୧୦ ହଜାର କୋଟି ଟଙ୍କାର ରାଜସ୍ଵ ହାନି ହେବ । ବିଜେଡି ସାରଦା ଜେନା ଏଭଳି ଅଭିଯୋଗ ଆଣିଥିବା ବେଳେ ତାଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।