କନକ ବ୍ୟୁରୋ: ବିଧାନସଭାରେ ଉଠିଲା ରେଭେନ୍ସା ପ୍ରସଙ୍ଗ। ରେଭେନ୍ସା ନାଁକୁ ନେଇ ତେଜୁଥିବା ବିବାଦକୁ ନେଇ ଗର୍ଜିଲେ ବିରୋଧୀ। କହିଲେ ଅଣାଯାଉ ସ୍ୱାଧିକାର ଭଙ୍ଗ ନୋଟିସ। ନିଜର ସଫେଇ ରଖିଲେ ବ୍ୟୋମକେଶ ।
ବିଜେଡି ବିଧାୟକ ବ୍ୟୋମୋକେଶ ରାୟଙ୍କ ନାଁରେ ମାମଲା ପରେ ଗୃହରେ ପ୍ରସଙ୍ଗ ଉଠାଇଲେ ଖୋଦ ବିଧାୟକ । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ବ୍ୟୋମୋକେଶ କହିଲେ, ତାଙ୍କୁ ସୁରକ୍ଷା ଦିଆଯାଉ । ତାଙ୍କ ନାଁରେ ଆର୍ମସ ଆକ୍ଟ ଲଗାଯାଇଛି। ସେ ମଶାଲ ଶୋଭାଯାତ୍ରାରେ ବନ୍ଧୁକ ଧରି ଧମକ ଦେଉଥିଲେ ବୋଲି ଏତଲାରେ ଲେଖାଯାଇଛି । ତେଣୁ ଡିସିପି ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣାଯାଉ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ।
ତାଙ୍କୁ ରେଭେନ୍ସାର ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଆଲୁମ୍ନି ଭାବେ ନିମନ୍ତ୍ରଣ କରିଥିଲେ । ତେଣୁ ସେ ସେଠାକୁ ଯାଇ ରେଭେନ୍ସା ଲନରେ ବୈଠକ କରିଥିଲେ । କଲେଜ ଛକରୁ ରାଣୀହାଟ ମଶାଲ ଶୋଭାଯାତ୍ରା ହୋଇଥିଲା। ହେଲେ ଏହାକୁ ନେଇ ବିଜେପି ଅଯଥା ଅସହିଷ୍ଣୁ ହୋଇ ପଡୁଛନ୍ତି ବୋଲି କହିଛନ୍ତି ବ୍ୟୋମକେଶ ।