କନକ ବ୍ୟୁରୋ: ମୋହନ ସରକାରକୁ ବିଜେଡି ବିଧାୟକଙ୍କ ଚ୍ୟାଲେଞ୍ଜ । ଆଜି ବିଧାନସଭାରେ ରତ୍ନଭଣ୍ଡାର ଚାବି କଥା ଉଠାଇ ମୋହନ ସରକାରକୁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମଙ୍ଗଳବାର ବିନିଯୋଗ ବିଲ ଆଲୋଚନାରେ ଭାଗ ନେଇ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଥିଲେ, ରତ୍ନ ଭଣ୍ଡାରର  ଚାବି  ତାମିଲ ନେଇଗଲା ବୋଲି କୁହାଗଲା । ଏମିତି କି ରତ୍ନ ଭଣ୍ଡାର ଚାବି ତାମିଲନାଡୁ ପଳାଇଲା ବୋଲି ମଧ୍ୟ କୁହାଗଲା ତେଣୁ ଏବେ ସିବିଆଇ ତଦନ୍ତ କରି ତାମଲକୁ ବାନ୍ଧ ବୋଲି କହିଛନ୍ତି ରାଜ ସ୍ୱାଇଁ ।

Advertisment

ଏହାସହ ବିଧାନସଭାରେ ରାଜା ଆହୁରି ବି କହିଛନ୍ତି, ଖୋଦ୍ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ରତ୍ନଭଣ୍ଡାର ଚାବି କଥା କହିଲେ, ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳେଇଛି ବୋଲି କହିଲେ । ତେଣୁ ଯଦି ରତ୍ନଭଣ୍ଡାର ଚାବି ତାମିଲନାଡୁ ଯାଇଛି, ତେବେ କାହିଁକି ବାନ୍ଧୁନ ବୋଲି ପ୍ରଶ୍ନ କରିଛନ୍ତି ରାଜା । ଏହି ଘଟଣାରେ ସିବିଆଇ ତଦନ୍ତ କୁଆଡେ ଗଲା ବୋଲି କହିବା ସହିତ ମୋହନ ସରକାରକୁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ବିଧାୟକ ।

ଆହୁରି ପଢ଼ନ୍ତୁ ; ଆଇପିଏଲ୍ ନିଲାମ: ହଜାରେରୁ ଅଧିକ ଖେଳାଳିଙ୍କ ନାଁ କାଟିଲା ବିସିସିଆଇ

ଜାଣିରଖିବା ଉଚିତ୍ ଯେ, ଗତ ସାଧାରଣ ନିର୍ବାଚନ ସମୟରେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ସାମ୍ନାକୁ ଆଣିଥିଲା ବିଜେପି । ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳେଇଛି । ରତ୍ନଭଣ୍ଡାର ଲୁଟ୍ ହେଉଛି ବୋଲି ବାରମ୍ବାର କହିବା ସହିତ ସରକାରକୁ ଆସିଲେ ରତ୍ନଭଣ୍ଡାର ଖୋଲାଯିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ କରାଯିବ ବୋଲି କୁହାଯାଇଥିଲା । ଏମିତି କି ଖୋଦ୍ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ନିର୍ବାଚନୀ ରାଲି କରିବା ସମୟରେ ଏହି କଥାକୁ ଉଠାଇଥିଲେ । ଆଉ ଏବେ ସରକାରକୁ ଆସିବା ପରେ ଏହି କଥାକୁ ଉଠାଇ ମୋହନ ସରକାରକୁ ଟାର୍ଗେଟ୍ କରିଛନ୍ତି ରାଜା ସ୍ୱାଇଁ ।