ରାଜ୍ୟସଭା ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ, ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

Advertisment

ପାଖେଇ ଆସୁଛି ରାଜ୍ୟସଭା ନିର୍ବାଚନ ତାରିଖ, ରାଜ୍ୟରେ ବଢ଼ୁଛି ରାଜନୈତିକ ଉଷ୍ଣତା। କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ ସଂସଦର ଉଚ୍ଚସଦନକୁ ଯିବାକୁ ପାଇବ ଟିକେଟ, ତାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୂଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ଠାରେ ଉତ୍କଣ୍ଠା।

ପାଖେଇ ଆସୁଛି ରାଜ୍ୟସଭା ନିର୍ବାଚନ ତାରିଖ, ରାଜ୍ୟରେ ବଢ଼ୁଛି ରାଜନୈତିକ ଉଷ୍ଣତା। କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ ସଂସଦର ଉଚ୍ଚସଦନକୁ ଯିବାକୁ ପାଇବ ଟିକେଟ, ତାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୂଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ଠାରେ ଉତ୍କଣ୍ଠା।

manan - 2026-02-27T173915.729

Photograph: (kanak news)

କନକ ବ୍ୟୁରୋ:ପାଖଉଛି ରାଜ୍ୟସଭା ନିର୍ବାଚନ ତାରିଖ, ରାଜ୍ୟରେ ବଢ଼ୁଛି ରାଜନୈତିକ ଉଷ୍ଣତା। କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ ସଂସଦର ଉଚ୍ଚସଦନକୁ ଯିବାକୁ ପାଇବ ଟିକେଟ, ତାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୂଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ଠାରେ ଉତ୍କଣ୍ଠା। ଏସବୁ ଭିତରେ ରାଜ୍ୟରେ ଶାସକ ଦଳ ବିଜେପି ଓ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ ଚାଲିଛି ଜୋରଦାର କସରତ, ତିନି ଦଳରେ ଘନଘନ ଚାଲିଛି ମାନସମନ୍ଥନ। ଏସବୁ ଭିତରେ ଆଜି ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ନବୀନ ନିବାସରେ ଗୁରୁବାରର ପିଏସି କମିଟି ବୈଠକ ପରେ ଶୁକ୍ରବାର ସବୁ ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଥିଲା । କାହା ପ୍ରାର୍ଥୀରେ କିଏ ସମର୍ଥକ ଓ ପ୍ରସ୍ତାବକ ରହିବେ ସେନେଇ ଦସ୍ତଖତ ଦେଇଛନ୍ତି ବିଧାୟକ । 

ଆଜି ବିଜେଡି ତାର ପ୍ରାର୍ଥୀ କାର୍ଡ ଖୋଲିବ ବୋଲି ସୂଚନା ମିଳିଛି । ରାଜ୍ୟସଭା ପ୍ରାର୍ଥୀ ପାଇଁ କଂଗ୍ରେସ ଫର୍ମ ନେବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ତିନିଟି ସେଟ୍‌ ନେଇଛନ୍ତି  ଆଉ ପିସିସି ସଭାପତି କହିଛନ୍ତି, ରାଜ୍ୟସଭା ପାଇଁ ଦଳ ପ୍ରାର୍ଥୀ ଦେବ। ଆଉ ଏ ନିଷ୍ପତ୍ତି ନେବେ ଦିଲ୍ଲୀର ହାଇକମାଣ୍ଡ । ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେପଟେ ଦିନେ ଦୁଇ ଦିନ ଭିତରେ ଶାସକ ଦଳ ବିଜେପି ପ୍ରାର୍ଥୀ ଘୋଷଣା କରିବ । ତେବେ କିଏ ହେବେ ପ୍ରାର୍ଥୀ ନିଷ୍ପତ୍ତି ନେବ ସଂସଦୀୟ ବୋର୍ଡ । ରାଜ୍ୟ ବାହାରୁ ଦଳ ପ୍ରାର୍ଥୀ ଦେଇପାରେ ବୋଲି ଜୋରଦାର ଚର୍ଚ୍ଚା ହେଉଛି। 

ଆହୁରି ପଢ଼ନ୍ତୁ:ଉପାନ୍ତରେ ଆବାସ ଉପହାସ : ନିର୍ମାଣ କରିସାରିଛି, ହିତାଧିକାରୀଙ୍କୁ ମିଳିନାହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe