କନକ ବ୍ୟୁରୋ: ନିର୍ବାଚନ ହାରିବାର ସାଢେ ୩ ମାସ ବିତିଗଲାଣି । ପ୍ରତ୍ୟେକ ଦିନ ଶଙ୍ଖ ଭବନରେ ଜିଲ୍ଲାସ୍ତରୀୟ ସମୀକ୍ଷା କରୁଛନ୍ତି ନବୀନ । ହେଲେ ଏଯାଏଁ ରାଜ୍ୟସ୍ତରୀୟ କମିଟି ଗଠନ ହୋଇପାରିଲା ନାହିଁ । ସମନ୍ୱୟ କମିଟିରେ କାମ ଚାଲିଛି । ହେଲେ ସବୁ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ବିଜେଡି ସୁପ୍ରିମୋ । ପ୍ରାୟ ୬୦ ନେତାଙ୍କୁ ବିଭିନ୍ନ କମିଟିରେ ସାମିଲ କରାଯାଇଛି । ଉପାଦେଷ୍ଟା କମିଟିରେ ଅଛନ୍ତି ୧୭ ବରିଷ୍ଠ ନେତା । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆବାହକ ଦାୟିତ୍ୱ ମିଳିଛି । ରାଜା ସ୍ୱାଇଁ, ପଦ୍ମନାଭ ବେହେରା, ଅଶୋକ ପଣ୍ଡା, ପ୍ରଫୁଲ୍ଲ ସାମଲ, ଶଶୀ ବେହେରା, ଚନ୍ଦ୍ରଶେଖର ସାହୁଙ୍କ ଭଳି ନେତାଙ୍କୁ ଏଥିରେ ସ୍ଥାନ ମିଳିଛି ।
କାହିଁକି ହାରିଲା ବିଜେଡି?
- ନିର୍ବାଚନରେ ନବୀନ ଅଧିକ ପ୍ରଚାର କଲେନି ।
- ସଂଜୟ, ଅତନୁଙ୍କ ଉପରେ ସୁପ୍ରିମୋଙ୍କ ଭରସା ।
- ୯ ନେତାଙ୍କୁ ଟିକେଟ୍ ଦେଲେନି, କମିଟିରେ ସାମିଲ କଲେ ।
- ଅତ୍ୟଧିକ ଆତ୍ମବିଶ୍ବାସ ।
- ନିର୍ବାଚନ ସମୟରେ ସମନ୍ୱୟ ଓ ରଣନୀତିର ଅଭାବ ।
- ଏକାଠି ହୋଇପାରିଲେନି ବରିଷ୍ଠ ନେତା ।
ସଦସ୍ୟ ସଂଗ୍ରହ ଅଭିଯାନ ଓ ଦଳୀୟ କାର୍ଯ୍ୟକ୍ରମ କମିଟିରେ ଅନେକ ବିଧାୟକ ଓ ଯୁବ ନେତାଙ୍କୁ ସାମିଲ କରାଯାଇଛି । ବଡ଼ କଥା ହେଉଛି, ସଂଜୟ ଦାସବର୍ମା କାର୍ୟ୍ୟକ୍ରମ କମିଟି ଓ ଅତନୁ ସବ୍ୟସାଚୀ ସଦସ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ହେବେ । ପ୍ରଣବ ପ୍ରକାଶ ଦାସ, ନୃସିଂହ ସାହୁ, ଅମର ଶତପଥୀଙ୍କ ଭଳି ବରିଷ୍ଠ ନେତାଙ୍କୁ କୌଣସି କମିଟିରେ ସାମିଲ କରାଯାଇନାହିଁ । ଏଫଭିଓ-ଗୋଟିଏ ପଟେ ସମସ୍ତଙ୍କୁ ମନେଇବା ପାଇଁ ପ୍ରୟାସ କରିଛନ୍ତି ନବୀନ । ହେଲେ ସମୀକ୍ଷା ବୈଠକ ପରେ ପରାଜୟର କାରଣ କହିଛନ୍ତି ଢେଙ୍କାନାଳର ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମିଲ ।