କନକ ବ୍ୟୁରୋ: ବିଜେଡିରୁ ପ୍ରଫୁଲ୍ଲ ମଲ୍ଲିକ ବିଦା ହେବା ପରେ କାମାକ୍ଷାନଗରରେ କିଏ ବିଜେଡିର ଚେହେରା ସାଜିବ ? କାହା ଉପରେ ଭରସା କରିବ ଦଳ ? ତାକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଆଉ ଏହାରି ଭିତରେ ବିଜେଡି ନେତାଙ୍କ ବୈଠକ ଚର୍ଚ୍ଚା ବଢାଇଛି । କୁହାଯାଉଛି କାମାକ୍ଷାନଗରରେ ନେତା ବାଛିବାକୁ ବିଜେଡି ନେତା ଏହି ବୈଠକ କରିଛନ୍ତି ।

Advertisment

ଆପଣ ଭଲଭାବେ ଜାଣିଥିବେ କାମାକ୍ଷାନଗର ଆସନରୁ ପ୍ରଫୁଲ୍ଲ ମଲ୍ଲିକ ୪ଥର ବିଧାୟକ ରହିଥିଲେ, ଯାହା ଭିତରୁ ୩ ଥର ସେ ବିଜେଡି ଟିକେଟରୁ ନିର୍ବାଚନ ଜିତିଥିଲେ । ହେଲେ ଗତ ସାଧାରଣ ନିର୍ବାଚନରେ କିନ୍ତୁ ବିଜେପି ନେତା ଶତ୍ରୁଘ୍ନ ଜେନା ତାଙ୍କୁ ହରାଇବା ପରେ ବିଭିନ୍ନ ସମୟରେ ସେ ବିଜେଡି ବିରୋଧୀ ଦେଇ ଆସୁଥିଲେ । ଆଉ ଏହି କାରଣରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା କଥା କୁହାଯାଉଛି । ତେଣୁ ଏମିତି ପରିସ୍ଥିତିରେ କାମାକ୍ଷାନଗର ଏବେ ଖୋଜୁଛି ନୂଆ ବିଜେଡି ନେତା ।

ପ୍ରଫୁଲ୍ଲ ମଲ୍ଲିକ ଦଳରୁ ବିଦା ପରେ ବିଜେଡି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡି ନେତା ଦାବି କରିଛନ୍ତି ।  ଏହାସହ କାମାକ୍ଷାନଗରରେ ଆଜି ବି ବିଜେଡିର ଲୋକପ୍ରିୟତା ଅଛି, ଲୋକମାନେ ନବୀନ ପଟ୍ଟନାୟକଙ୍କ ସହିତ ଅଛନ୍ତି ବୋଲି ସେମାନେ କହିଛନ୍ତି । ତେଣୁ ପରବର୍ତ୍ତୀ ସମୟରେ ଦଳ ଯାହାକୁ ଦାଇତ୍ୱ ଦେବ, ସେହି ଅନୁସାରେ କାମ ହେବ ବୋଲି କୁହାଯାଇଛି ।

ଦଳରେ ଅସନ୍ତୋଷ ହେଉ କି, ବିଜେଡିରେ କନ୍ଦଳ ଦିନକୁ ଦିନ ବରିଷ୍ଠ ନେତାମାନେ ଏବେ ବିଜେଡି ଛାଡ଼ିବା ଆରମ୍ଭ କରିଛନ୍ତି । ଆଉ ଏହାରି ଭିତରେ ଦଳ ବିରୋଧୀ କାମ ପାଇଁ  ପ୍ରଫୁଲ୍ଲଙ୍କୁ ବିଜେଡିରୁ ବିଦା କରାଯାଇଥିବାବେଳେ, ସେ ଆଗୁଆ ଇସ୍ତଫା ଦେଇଥିବା କଥା କହୁଛନ୍ତି । ହେଲେ ତାରି ଭିତରେ ଦେଖିବାକୁ ବାକି ରହିଲା କାମାକ୍ଷାନଗରରେ ଏବେ କିଏ ସାଜୁଛି ବିଜେଡିର ଆଗାମୀ ଚେହେରା?