କନକ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ପୂର୍ବ ସରକାରର ପୁଳା ପୁଳା ଦୁର୍ନୀତିକୁ ଧରିଛନ୍ତି ସିଏଜି। ବିଭିନ୍ନ ଯୋଜନାରେ ଦୁର୍ନୀତିର ଗନ୍ଧ ବାରିଛି । ପୂର୍ବ ସରକାର ସମୟରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ଦୁର୍ନୀତି ଉପରୁ ହଟିଛି ପରଦା । ଯେଉଁଥିରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଠାରୁ ଆରମ୍ଭ କରି ଆଦିବାସୀଙ୍କ ଟଙ୍କା ହଡ଼ପ ପର୍ଯ୍ୟନ୍ତ ତଥ୍ୟ ଉଲ୍ଲେଖ ରହିଛି ।

Advertisment

-୪୧୨ଟି ମାମଲାରେ ଏଫଆଇଆର ତାରିଖ ଜେନେରାଲ ଡାଏରି ପୂର୍ବରୁ ଦାଖଲ କରାଯାଇଛି
-୨୦୧୮ ଜାନୁଆରିରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ହୋଇଛି ମାମଲା
-ଏହି ଅବଧିରେ ପଞ୍ଜୀକୃତ ହୋଇଛି ୭ ଲକ୍ଷ ୪୪ ହଜାର ମାମଲା
-ଅଥଚ ଡାଟାବେସ୍‌ରେ ରହିଛି ମାତ୍ର ୧୯,୨୫୫ କେସ୍ ଡାଏରି
-ଜେନେରାଲ ଡାଏରି ଓ ଏଫ୍‌ଆଇଆର ସଂଖ୍ୟାରେ ବଡ଼ ବ୍ୟବଧାନ 
-ଆଦିବାସୀ ବିକାଶ ନାଁରେ ବ୍ୟାପକ ଦୁର୍ନୀତି ଧରିଲେ ସିଏଜି
-ଜୁନିୟର ଇଞ୍ଜିନିୟର ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ନାଁରେ ବ୍ୟାପକ ଦୁର୍ନୀତି 
-ସରକାରୀ ବ୍ୟବସ୍ଥା ବାହାରେ ନିଜ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କରିଛନ୍ତି ଟଙ୍କା କାରବାର 
-କୋଟି କୋଟି ଟଙ୍କାର ସରକାରୀ ଅର୍ଥକୁ ବ୍ୟକ୍ତିଗତ ଖର୍ଚ୍ଚ କରାଯାଇଛି
-ନିଜ ଖର୍ଚ୍ଚ ପାଇଁ ୧୪୮ କୋଟି ଟଙ୍କା ଉଡ଼ାଇଦେଇଛନ୍ତି ବାବୁ 
-ଆଦିବାସୀଙ୍କ ବିକାଶ ଟଙ୍କାକୁ ମୋବାଇଲ ରିଚାର୍ଜ, ଫୋନ୍ ପେ ପେମେଣ୍ଟ, ଇନସ୍ୟୁରାନ୍ସ ପ୍ରିମିୟମ ପାଇଁ ଦିଆଯାଇଛି
-ବନଖଣ୍ଡ ସୀମା ପାଚେରି ନିର୍ମାଣ ଟେଣ୍ଡରରେ ଅନିୟମିତତା
-ଧାର୍ଯ୍ୟ ବିଡ୍ ଠାରୁ କମ୍‌ ଟଙ୍କାରେ ମିଳିଛି ଟେଣ୍ଡର
-ଟେଣ୍ଡର ପ୍ରକ୍ରିୟାରେ ବଡ଼ ଦୁର୍ନୀତି ଧରିଛନ୍ତି ସିଏଜି 
-ବିଡ୍‌ ଦାଖଲ ପାଇଁ ଧାର୍ଯ୍ୟ ଅବଧି ଠାରୁ କମ୍‌ ସମୟ ଦିଆଯାଇଛି 
-୮୨ ହଜାର ୯୯୪ ଟେଣ୍ଡର ଦାଖଲରେ ଏମିତି ଅନିୟମିତତା ଦେଖାଯାଇଛି 
-ପୂର୍ବ ସରକାରରେ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣରେ ବ୍ୟାପକ ଅନିୟମିତତା
-୨୦୧୮ରୁ ୨୦୨୩ ମଧ୍ୟରେ ୨୩୬ ପ୍ରକଳ୍ପରୁ ୧୬୧ଟି ପ୍ରକଳ୍ପ ସରିଛି
-୨୩ଟି କାମ ଚାଲିଛି, ୫୨ ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ
-ଠିକାଦାରଙ୍କ ମନମାନି, ଜମି ଅଧିଗ୍ରହଣରେ ବିଳମ୍ବ ପାଇଁ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇନାହିଁ
-ସ୍ବତନ୍ତ୍ର ବିଦ୍ୟାଳୟ ଗୁଡ଼ିକରେ ସର୍ବନିମ୍ନ ମୌଳିକ ସୁବିଧାର ବ୍ୟବସ୍ଥା କରିନଥିଲେ ପୂର୍ବ ସରକାର
-ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକୀୟ ଶ୍ରବଣ ଯନ୍ତ୍ର, ବ୍ରେଲି ବହି ଦିଆଯାଇନଥିଲା 
-ଭିନ୍ନକ୍ଷମ ପିଲାଙ୍କୁ ହଷ୍ଟେଲରେ ଖଟ, ବିଛଣା, ମଶା ଦାନି ବି ଦେଇନଥିଲେ ପୂର୍ବ ସରକାର