ଆଜି କାରଣ ଦର୍ଶାଅ ନୋଟିସର ଜବାବ ରଖିବେ ବିଜେଡି ନେତା । ବିଶୃଙ୍ଖଳା ଯୋଗୁଁ ମିଳିଥିଲା ନୋଟିସ ।

କାରଣ ଦର୍ଶାଅ ନୋଟିସର ଉତ୍ତର ରଖିବାର ଆଜି ହେଉଛି ଶେଷ ତାରିଖ । ସନ୍ଧ୍ୟା ସୁଦ୍ଧା ନୋଟିସର ଉତ୍ତର ରଖିବେ ବୋଲି କହିଛନ୍ତି ବିଜେଡି କର୍ପୋରେଟର ବିରଞ୍ଚି ମହାସୁପକାର । କହିଛନ୍ତି ଯେ ସେ କୌଣସି ଦଳ ବିରୋଧୀ କାମ କରିନାହାନ୍ତି ।

ଅଦ୍ୟତନ ହୋଇଛି
vlcsnap-2024-10-14-15h40m17s303

କନକ ବ୍ୟୁରୋ: ଦଳ ବିରୋଧୀ କାର୍ଯ୍ୟ ପାଇଁ କାରଣ ଦର୍ଶାଅ ନୋଟିସ୍ ପାଇଥିବା ଅମରେଶ ଜେନା ଓ ବିରଞ୍ଚି ସୁପକାର ଆଜି ରଖିବେ ଉତ୍ତର । କାରଣ ଦର୍ଶାଅ ନୋଟିସର ଉତ୍ତର ରଖିବାର ଆଜି ହେଉଛି ଶେଷ ତାରିଖ । ସନ୍ଧ୍ୟା ସୁଦ୍ଧା ନୋଟିସର ଉତ୍ତର ରଖିବେ ବୋଲି କହିଛନ୍ତି ବିଜେଡି କର୍ପୋରେଟର ବିରଞ୍ଚି ମହାସୁପକାର । କହିଛନ୍ତି ଯେ ସେ କୌଣସି ଦଳ ବିରୋଧୀ କାମ କରିନାହାନ୍ତି । ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳ ପାଇଁ ସର୍ବଦା କାମ କରିଛନ୍ତି । ଗତ ସେପ୍ଟେମ୍ବର ୩୦ ତାରିଖରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତ ବିରଞ୍ଚି ଓ ଅମରେଶ ଜେନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଆଉ ୧୫ ଦିନ ଭିତରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe