‘ଶ୍ରୀମୟୀ ମିଛ କହୁଛନ୍ତି….ଯଦି ସଦସ୍ୟ ନଥିଲେ, ପଦ କେମିତି ଗ୍ରହଣ କରିଥିଲେ’: ବିଜେଡି

ବିଗତ ଦିନରେ ଯେଉଁମାନେ ଦଳ ବିରୋଧୀ କାମ କରିଛନ୍ତି ତାଙ୍କୁ ନିଲମ୍ବନ କରାଯାଇଛି। ସମାନ ଭାବେ ଏବେ ଶ୍ରୀମୟୀ ମିଶ୍ରଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ସୋସିଆଲ ମିଡିଆରେ ସେ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ କହୁଛନ୍ତି। ସେ ଯଦି ସେ ଦଳର ସଦସ୍ୟ ନଥିଲେ ତେବେ କେମିତି ଦଳର ସମସ୍ତ କାର୍ଯ୍ୟରେ ସାମିଲ ହୋଇଥିଲେ।

Shreemayee Mishra

କନକ ବ୍ୟୁରୋ: ଶ୍ରୀମୟୀଙ୍କୁ ଟାର୍ଗେଟ୍ କଲେ ବିଜେଡି ନେତ୍ରୀ । ଗତକାଲି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳ ବିରୋଧୀ କାମ ପାଇଁ ବିଜେଡି ଦଳରୁ ସସପେଣ୍ଡ୍ କରିବା ପରେ, ଏବେ ଚର୍ଚ୍ଚାରେ ରହିଛି ଶ୍ରୀମୟୀଙ୍କ ଫେସବୁକ୍ ପୋଷ୍ଟ । ଆଉ ଏହାପରେ ବିଜେଡି ଦଳ ତରଫରୁ ମଧ୍ୟ ଶ୍ରୀମୟୀଙ୍କୁ ଏବେ ଟାର୍ଗେଟ୍ କରିବା ଆରମ୍ଭ ହୋଇଛି । ଦଳର ମୁଖପାତ୍ର ଲେଲିନ୍ ମହାନ୍ତି ଏବଂ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସେହ୍ନାଙ୍ଗିନୀ ଛୁରିଆ କହିଛନ୍ତି,  ନବୀନ ପଟ୍ଟନାୟକଙ୍କ ସଫଳ ସଭାପତିତ୍ବରେ ଦେଶର ଏକ ସଫଳ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳର ପରିଚୟ ରହିଛି । ଏଠି ଦଳର ନୀତି ଆଦର୍ଶ, ଶୃଙ୍ଖଳା ମାନି ଚାଲିବାକୁ ପଡ଼େ । ଯେଉଁମାନେ ମାନନ୍ତିନି ତାଙ୍କୁ ଦଳରୁ ବିଦା କରିବା ଦାୟିତ୍ୱ ବି ନବୀନ ପଟ୍ଟନାୟକଙ୍କର ।

ତେବେ ବିଗତ ଦିନରେ ଯେଉଁମାନେ ଦଳ ବିରୋଧୀ କାମ କରିଛନ୍ତି ତାଙ୍କୁ ନିଲମ୍ବନ କରାଯାଇଛି । ସମାନ ଭାବେ ଏବେ ଶ୍ରୀମୟୀ ମିଶ୍ରଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ସୋସିଆଲ ମିଡିଆରେ ସେ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ କହୁଛନ୍ତି । ସେ ଯଦି ସେ ଦଳର ସଦସ୍ୟ ନଥିଲେ ତେବେ କେମିତି ଦଳର ସମସ୍ତ କାର୍ଯ୍ୟରେ ସାମିଲ ହୋଇଥିଲେ । ବିଗତ ଗୋଟିଏ ବର୍ଷରେ ଶଙ୍ଖ ଭବନ କାର୍ଯ୍ୟକ୍ରମ ହେଉ ଅବା ନବୀନ ନିବାସ, ଜନ ସମ୍ପର୍କ ପଦଯାତ୍ରା, ରାଜଭବନ ଆଗରେ ପ୍ରତିବାଦ ବେଳେ ବି ସେ ଉପସ୍ଥିତ ରହିଛନ୍ତି । ପ୍ରତ୍ୟେକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଯେତେବେଳେ ଯାହା ଦଳର ପଦପଦବୀ ଦିଆଗଲା ସେଥିରେ ତାଙ୍କ ନାଁ ରହିଥିଲା । ମୁଖପାତ୍ର ପଦବୀ ହେଉ କି ଜେନେରାଲ ସେକ୍ରେଟାରି ଭାବେ ତାଙ୍କ ନାଁ ଘୋଷଣା କରାଯାଇଥିଲା । ପ୍ରତି ପଦପଦବୀ ସେ ଗ୍ରହଣ କରିଛନ୍ତି । କେବେ ମନା କରି ନାହାନ୍ତି । ଅଗଷ୍ଟ ମାସରେ ମହିଳା ୱେଲଫେୟାର କମିଟି ମେମ୍ବର ଘୋଷଣା କରାଯାଇଥିଲା, ତାକୁ ମଧ୍ୟ ସେ ଗ୍ରହଣ କରିଥିଲେ । ଯଦି ସେ ଦଳର ସଦସ୍ୟ ନଥିଲେ ଏସବୁକୁ କିଭଳି ଗ୍ରହଣ କଲେ ବୋଲି ବିଜେଡି ପ୍ରଶ୍ନ କରିଛି । ଏଥିସହ ସେ କ୍ରମାଗତ ମିଛ କହୁଛନ୍ତି, ଏଭଳି ମିଛ କହି ଲୋକଙ୍କୁ ବିଭ୍ରାନ୍ତି କରନ୍ତୁନି ବୋଲି ବିଜେଡି କହିଛି । ସେ ଯେଉଁ ଦଳକୁ ଯିବେ ସେ ଦଳ ବି ଜାଣିବା କଥା ସେ କ୍ରମାଗତ ମିଛ କହି ବିଭ୍ରାନ୍ତି କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe