ଚିନ୍ତାରେ ବିଜେଡି ନେତା; ମୁସଲିମ୍ ଭୋଟରଙ୍କ ଭରସା ଜିତିବା ବଡ଼ ଚ୍ୟାଲେଞ୍ଜ?

Advertisment

ବର୍ଷ ବର୍ଷ ଧରି ବିଜେଡିକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର ଭୋଟ୍ ଦେଇ ଆସନ୍ତି ବୋଲି କୁହାଯାଏ। କିନ୍ତୁ ୱାକଫ୍ ବିଲ ସପକ୍ଷରେ ବିଜେଡିର କିଛି ସାଂସଦ ଭୋଟ ଦେବା ପରେ ଏହା ଦଳୀୟ ନେତାଙ୍କୁ ଚିନ୍ତାରେ ପକାଇଛି। ତୃଣମୂଳ ସ୍ତରରେ ଭୋଟରଙ୍କୁ କଣ କହି ବୁଝାଇବେ ସେ ନେଇ ଟେନସନରେ ଅଛନ୍ତି

ବର୍ଷ ବର୍ଷ ଧରି ବିଜେଡିକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର ଭୋଟ୍ ଦେଇ ଆସନ୍ତି ବୋଲି କୁହାଯାଏ। କିନ୍ତୁ ୱାକଫ୍ ବିଲ ସପକ୍ଷରେ ବିଜେଡିର କିଛି ସାଂସଦ ଭୋଟ ଦେବା ପରେ ଏହା ଦଳୀୟ ନେତାଙ୍କୁ ଚିନ୍ତାରେ ପକାଇଛି। ତୃଣମୂଳ ସ୍ତରରେ ଭୋଟରଙ୍କୁ କଣ କହି ବୁଝାଇବେ ସେ ନେଇ ଟେନସନରେ ଅଛନ୍ତି

ମୁସଲିମ୍ ଭୋଟରଙ୍କ ଭରସା ଜିତିବା ବଡ଼ ଚ୍ୟାଲେଞ୍ଜ?

ମୁସଲିମ୍ ଭୋଟରଙ୍କ ଭରସା ଜିତିବା ବଡ଼ ଚ୍ୟାଲେଞ୍ଜ? Photograph: (KanakNews )

କନକ ବ୍ୟୁରୋ: ବର୍ଷ ବର୍ଷ ଧରି ବିଜେଡିକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର ଭୋଟ୍ ଦେଇ ଆସନ୍ତି ବୋଲି କୁହାଯାଏ । କିନ୍ତୁ ୱାକଫ୍ ବିଲ ସପକ୍ଷରେ ବିଜେଡିର କିଛି ସାଂସଦ ଭୋଟ ଦେବା ପରେ ଏହା ଦଳୀୟ ନେତାଙ୍କୁ ଚିନ୍ତାରେ ପକାଇଛି । ତୃଣମୂଳ ସ୍ତରରେ ଭୋଟରଙ୍କୁ କଣ କହି ବୁଝାଇବେ ସେ ନେଇ ଟେନସନରେ ଅଛନ୍ତି । ଏହାରି ଭିତରେ ଦଳକୁ କ୍ଷତି ପହଁଚାଇବା ଭଳି ଏତେ ବଡ ନିଷ୍ପତି କିଏ ନେଲେ? ସେ ନେଇ ଜଣଙ୍କ ପରେ ଜଣେ ନେତା ବିଷୋଦଗାର କରିଛନ୍ତି ।  

  • ଭଦ୍ରକ ନିର୍ବାଚନମଣ୍ଡଳୀର ବିଜେଡି ନେତା ପ୍ରଫୁଲ୍ଲ ସାମଲ
  • ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେଡି ନେତା ପ୍ରତାପ ଜେନା
  • କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ବିଧାୟକ ଗଣେଶ୍ବର ବେହେରା
  • ବାରବାଟୀ- କଟକ ନିର୍ବାଚନମଣ୍ଡଳୀର ବିଜେଡି ନେତା ଦେବାଶିଷ ସାମନ୍ତରାୟ

ଏହି ସବୁ ନେତା ୱାକଫ୍ ବିଲ ପ୍ରସଙ୍ଗରେ ଦଳୀୟ ନିଷ୍ପତିକୁ ନେଇ ଚିନ୍ତାରେ ଅଛନ୍ତି । କାହିଁକି ନା, ରାଜ୍ୟର ଏମିତି କେତେକ ନିର୍ବାଚନମଣ୍ଡଳୀ ରହିଛି, ଯେଉଁଠି ମୁସଲିମ ଭୋଟ ନିର୍ଣ୍ଣାୟକ ହୋଇଥାଏ । ବିଧାୟକ ହୁଅନ୍ତୁ କି ସାଂସଦ କିଏ ଜିତିବେ କିଏ ହାରିବେ? ସେଥିରେ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । 

ମୁସଲିମ ବହୁଳ ନିର୍ବାଚନମଣ୍ଡଳୀ 

  • ଭଦ୍ରକ ନିର୍ବାଚନମଣ୍ଡଳୀରେ ପ୍ରାୟ ୭୧ ହଜାର ମୁସଲିମ୍ ଭୋଟର ଅଛନ୍ତି । ଯାହାକି ମୋଟ୍ ଭୋଟର ପ୍ରାୟ ୨୭ ପ୍ରତିଶତ
  • ମାହାଙ୍ଗା ନିର୍ବାଚନମଣ୍ଡଳୀରେ ୩୯ ହଜାର ମୁସଲିମ୍ ଭୋଟର ଅଛନ୍ତି । ଅର୍ଥାତ ମାହାଙ୍ଗାରେ ୧୭ ପ୍ରତିଶତ ହେଉଛନ୍ତି ମୁସଲିମ ଭୋଟର
  • କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରେ ୩୫ ହଜାର ଓ ବାରବାଟୀ- କଟକ ନିର୍ବାଚନମଣ୍ଡଳୀରେ ପ୍ରାୟ ୭୭ ହଜାର ମୁସଲିମ୍ ଭୋଟର ଅଛନ୍ତି
    MUSLIM IN ASSEMBLY
    MUSLIM IN ASSEMBLY Photograph: (KanakNews )

କେବଳ ଏହି ଚାରୋଟି ନିର୍ବାଚନ ମଣ୍ଡଳୀ ନୁହେଁ ରାଜ୍ୟର ବହୁ ନିର୍ବାଚନମଣ୍ଡଳୀ ରହିଛି ଯେଉଁଠି ସଂଖ୍ୟାଲଘୁ ଭୋଟର ନିର୍ଣ୍ଣାୟକ ହୋଇଥାନ୍ତି । ତଥାପି ଏହାକୁ ଦଳର ଶୀର୍ଷ ନେତୃତ୍ବ ଗୁରୁତ୍ବ ନଦେବା ସେମାନଙ୍କ ଅସନ୍ତୋଷକୁ ବଢ଼ାଇ ଦେଇଛି । ଯାହାକି ଆଗାମୀ ଦିନରେ ଦଳକୁ ଆହୁରି କ୍ଷତି ପହଞ୍ଚାଇବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ତେବେ ୱାକଫ୍ ବିଲକୁ ନେଇ ବିଜେଡିରେ ଆରମ୍ଭ ହୋଇଥିବା ବିବାଦକୁ ଉପରମୁଣ୍ଡରେ ହୁଏତ ବୁଝାଇ ଦିଆଯାଇପାରେ । କିନ୍ତୁ ତୃଣମୂଳସ୍ତରରେ ଏହାକୁ ଶାନ୍ତ କରାଇବା ଦଳ ପାଇଁ ଚ୍ୟାଲେଞ୍ଜ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe