ପୁରୀ ବିଜେଡିରେ ଫାଟ ଜଳଜଳ; ସୁନୀଲ ମହାନ୍ତିଙ୍କ ବିସ୍ଫୋରକ ବୟାନ

 ବିଜେଡିରେ ପୁଣି ନେତାଙ୍କ  ବିସ୍ଫୋରଣ । ପୁରୀ ବିଜେଡିର ଫାଟ ଜଳଜଳ । ପ୍ରତାପ ଦେବଙ୍କ ଘରେ ପୁରୀ ନେତାଙ୍କ ବୈଠକକୁ ନେଇ ସୁନୀଲ ମହାନ୍ତି ଉଠାଇଲେ ପ୍ରଶ୍ନ । କହିଲେ ଦଳରେ ଅଛନ୍ତି କୁଚକ୍ରୀ । 

Dissatisfied BJD Leaders

Dissatisfied BJD Leaders Photograph: (KanakNews)

କନକ ବ୍ୟୁରୋ: ବିଜେଡିରେ ପୁଣି ବିସ୍ଫୋରଣ । ବିଜେଡିରେ ଫାଟ ପଦାରେ ପଡିଛି । ଗତ ସପ୍ତାହରେ ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲା ବିଜେଡି ନେତାଙ୍କ ବୈଠକକୁ ନେଇ ବର୍ଷିଛନ୍ତି ପୁରୀ ବିଧାୟକ ସୁନୀଲ ମହାନ୍ତି । କହିଛନ୍ତି, ଏହି ବୈଠକରେ ତାଙ୍କୁ ଡକାଯାଇନଥିଲା । 


କିଛି ଦିନର ନିରବତା ପରେ ବିଜେଡିରେ ପୁଣି ବିସ୍ଫୋରଣ କରିଛନ୍ତି ପୁରୀର ବିଜେଡି ବିଧାୟକ । ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ବୈଠକକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁନୀଲ ମହାନ୍ତି । କହିଛନ୍ତି, ନବୀନ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି, କୌଣସି ନେତାଙ୍କ ଘରେ ବୈଠକ ହେଲେ ତାହା ଦଳୀୟ ବୈଠକ ନୁହେଁ । ସେ ଆହୁରି କହିଛନ୍ତି, ଜଣେ ୨ ଜଣଙ୍କୁ ନେଇ ବୈଠକ କଲେ ତାହା ବୈଠକରେ ଗଣାଯିବ ନାହିଁ । ବିଜେଡିକୁ ବିଶୃଙ୍ଖଳିତ କରିବା ପାଇଁ ଦଳ ଭିତରେ ପ୍ରୟାସ ହେଉଛି । ଦଳରେ କିଛି କୁଚକ୍ରୀ ଗୋଷ୍ଠୀ ଅଛନ୍ତି । ପୁରୀ ନିର୍ବାଚନ ମଣ୍ଡଳୀ ଓ ପୁରୀ ଜିଲ୍ଲାରେ କେହି ଇଞ୍ଚେ ବି ଦଳର କ୍ଷତି କରିପାରିବେ ନାହିଁ । ଗତ ସପ୍ତାହରେ ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲା ନେତାଙ୍କ ଘମାସନ ବୈଠକ ହୋଇଥିଲା । ଏଥିରେ କିନ୍ତୁ ସୁନୀଲ ମହାନ୍ତି ଓ ସଞ୍ଜୟ ଦାସବର୍ମା ସାମିଲ ହୋଇନଥିଲେ, ଯାହା ପରେ ବିସ୍ଫୋରକ ବୟାନ ଦେଇଛନ୍ତି ପୁରୀ ବିଧାୟକ ।

ସୁନୀଲ ମହାନ୍ତିଙ୍କ ଭଳି ବିଜେଡି ନେତା ପ୍ରଭାତ ବିଶ୍ଵାଳ ବି ବିସ୍ଫୋରଣ କରିଛନ୍ତି । କହିଛନ୍ତି, ପୂର୍ବ ସରକାରର ଦୁଇ ମନ୍ତ୍ରୀଙ୍କ ପାଇଁ ଚିଟଫଣ୍ଡ୍ ମାମଲାରେ ଫସିଥିଲି । ଚୋର ଚୋରି କଲା, ମୋ ମୁଣ୍ଡରେ ଅଠା ବୋଳିଲା । ସତ୍ୟ ଓ ଧର୍ମର ଜୟ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଭାତ ବିଶ୍ବାଳ । ପ୍ୟାରୀମୋହନଙ୍କୁ ପ୍ରଶଂସା କରିଛନ୍ତି ଆଉ ଏପଟେ ପୁଣି କହିଛନ୍ତି, ୨୫ ବର୍ଷ ପରେ ବିଜେଡି ହାରିବାର କାରଣ ଆଣ୍ଟି ଇନ୍‌କମ୍ୱାନ୍ସି । ବହୁ ବର୍ଷ ଶାସନରେ ରହିଲେ ଏମିତି ହୁଏ । ଜଣକ ପରେ ଜଣେ ନେତାଙ୍କ ବିସ୍ଫୋରକ ବୟାନ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe