କନକବ୍ୟୁରୋ : ବିଜେଡିର ପଦାଧିକାରୀ ଘୋଷଣା ହେବା ପରେ, ପାର୍ଟି ସୁପ୍ରିମୋ କୁ ଭେଟିଲେ ଦାୟିତ୍ୱ ନେଇଥିବା ବରିଷ୍ଠ ନେତା । ନବୀନ ନିବାସରେ  ବୈଠକରେ ସାମିଲ ହେଲେ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସ ବର୍ମା, ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ, ଟୁକୁନି ସାହୁ, ରମେଶ ମାଝୀ, ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହିଥଲେ । ଦଳର କାର୍ଯ୍ୟକାରିଣୀ କୁ ଅଧିକ ସୁଦୃଢ ପାଇଁ ହୋଇଛି ଆଲୋଚନା । ଦାୟିତ୍ଵ ପାଇଁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡିର ବରିଷ୍ଠ ନେତା । ବିଭିନ୍ନ ରାଜନୈତିକ ଆଲୋଚନାରେ ବିଶେଷ ଭୂମିକା ଗ୍ରହଣ କରିବ ରାଜନୀତିକ ବ୍ୟାପାର କମିଟି ।  ଆଗରୁ ଏହା ପାର୍ଟି ସମ୍ବିଧାନରେ ରହିଥିଲା, ଏହାକୁ ଏବେ ପୁନଃକାର୍ଯ୍ୟକାରୀ କରାଯାଇଛି ।

Advertisment

ଢାଞ୍ଚାରେ ଏବେ କୌଣସି ପରିବର୍ତ୍ତନ ହୋଇନି । ଏହି କମିଟିର ସଦସ୍ୟ ଦଳର ରାଜନୈତିକ ନିଷ୍ପତ୍ତି ରେ ଅଧ୍ୟକ୍ଷଙ୍କ ମାର୍ଗଦର୍ଶନ କରିବେ ବୋଲି କହିଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା । ସୁଚନା ଅନୁଯାୟୀ ବିଜେଡିର ବରିଷ୍ଠ ନେତାଙ୍କୁ ବିଭିନ୍ନ ସେଲ୍/ଶାଖାର ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି କ୍ରମରେ ବିଜୁ କୃଷକ ଜନତା ଦଳର ଦାୟିତ୍ୱ ଦଳର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦିଆଯାଇଛି । ସେହିପରି ବିଜେଡି ଆଞ୍ଚଳିକ ଉନ୍ନୟନ ସେଲରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ଦାୟିତ୍ୱ ଦିଆଯାଇଛି । 

ଅନ୍ୟପଟେ ବିଜେଡି କୋ-ଅପରେଟିଭ୍ ସେଲର ଦାୟିତ୍ୱ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶିକ୍ଷା ଓ ଶିକ୍ଷକ ସେଲର ଦାୟିତ୍ୱ ବଦ୍ରି ନାରାୟଣ ପାତ୍ର, ଫିସରମ୍ୟାନ୍ ସେଲର ଦାୟିତ୍ୱ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଆଦିବାସୀ ସେଲର ଦାୟିତ୍ୱ ମଙ୍ଗଳା କିଷାନଙ୍କୁ ଦିଆଯାଇଛି  । ଅନ୍ୟପଟେ ବିଜେଡି ସିନିୟର ସିଟିଜେନ୍ ସେଲର ଦାୟିତ୍ୱ ଦେବାଶିଷ ସାମନ୍ତରାୟଙ୍କୁ ଦିଆଯାଇଥିବାବେଳେ,  ଓବିସି ସେଲର ଦାୟିତ୍ୱରେ ଅରୁଣ ସାହୁ, ଏସସି ସେଲର ଦାୟିତ୍ୱରେ ମହେଶ ସାହୁ ଏବଂ ଆଇଟି ଏବଂ ସୋସିଆଲ୍ ମିଡିଆ ସେଲରେ ଅମର ପଟ୍ଟନାୟକ ରହିବେ  ।