କନକ ବ୍ୟୁରୋ: ପ୍ରତାପ ଦେବଙ୍କ ଘରେ ଏକାଠି ହେଲେ ବିଜେଡି ନେତାମାନେ । ଏହାପୂର୍ବରୁ ଏକ ଘରୋଇ ହୋଟେଲ୍ ବି ବିଜେଡିର ବରିଷ୍ଠ ନେତାମାନେ ଏକାଠି ହୋଇ ଗୁପ୍ତ ବୈଠକ କରିଥିଲେ । ସୂଚନା ମୁତାବକ ବୈଠକରେ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟଦାସ ବର୍ମା, ଦେବୀ ମିଶ୍ରଙ୍କ ଭଳି ନେତା ଏକାଠି ହୋଇଥିବା ସୂଚନା ମିଳିଛି । ବିଜେଡିରେ ଏବେ ବୈଠକ ପରେ ବୈଠକ ହେଉଛି । ବରିଷ୍ଠମାନେ ନବୀନଙ୍କ ନେତୃତ୍ୱକୁ ଶକ୍ତିଶାଳୀ କରିବାକୁ ଏହି ବୈଠକ କରାଯାଉଥିବା ନେଇ ପ୍ରତିକ୍ରିୟା ଦେଉଛନ୍ତି । ତେବେ ପ୍ରତାପ ଦେବଙ୍କ ବାସ ଭବନରେ କେଉଁ କାରଣରୁ ବୈଠକ ବସିଛି ଓ ତୁଙ୍ଗ ନେତାମାନେ ମେଳି ବାନ୍ଧିଛନ୍ତି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ସେପଟେ ଆଜି ବିଜେଡିର ଯୁବନେତା ମଧ୍ୟ ନବୀନ ନିବାସରେ ଦଳୀୟ ସଭାପତିଙ୍କ ଭେଟିବେ । ଏଥିପାଇଁ ଆଲୋଚନା ହେଉଛି ଯେ, ବିଜେଡି ୩ ଭାଗରେ ବିଭକ୍ତ ହୋଇଛି । ଖାଲି ସେତକି ନୁହେଁ, ବୈଠକ ବାବଦରେ କୌଣସି ବିଜେଡି ନେତା କ୍ୟାମେରା ଆଗରେ ସ୍ପଷ୍ଟ ଭାବରେ ମୁହଁ ଖୋଲୁ ନାହାନ୍ତି । ୱାକଫ ବିଲ ଭୋଟକୁ ନେଇ ଦଳୀୟ ନେତା ଭାଗ ଭାଗ ହୋଇଥିବାବେଳେ, ନବୀନଙ୍କ ନେତୃତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ କିଛି ବରିଷ୍ଠ ନେତା । ସସ୍ମିତ କାହା ଇଙ୍ଗିତରେ ନବୀନଙ୍କ ନିଷ୍ପତ୍ତି ବିରୋଧରେ ଯିବାକୁ ସାହାସ କଲେ ତାକୁ ନେଇ ବିଜେଡି ରାଜନୀତିରେ କମ୍ପନ ଜାରି ରହିଛି । ପୂର୍ବରୁ ଚୁପ୍ ରହୁଥିବା ନେତା ଏଥର ସିଧାସଳଖ ନବୀନଙ୍କୁ ଚେତାଇବା ସହ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି ।
ମୋଟ୍ ଉପରେ, ୱାକଫ ବିଲ ସମର୍ଥନରେ ବିଜେଡି ସାଂସଦ ଭୋଟ ଦେବାକୁ ନେଇ ଉଠୁଛି ପଡୁଛି ବିଜେଡି ରାଜନୀତି । ଜଣଙ୍କ ପରେ ଜଣେ ନେତା ସୁପ୍ରିମୋଙ୍କୁ ପ୍ରଶ୍ନ କରୁଛନ୍ତି । ଯାହାକି ବିଜେଡି ରାଜନୀତିରେ ଝଡ଼ ସୃଷ୍ଟି କରିଛି । ତଥାପି ମୁହଁ ଖୋଲୁନାହାନ୍ତି ମୁଖିଆ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/04/09/0qrNBDZahAn5BfFAUbCT.jpg)