‘ମୁଁ ଦଳ ଛାଡିବାର ପ୍ରଶ୍ନ ଉଠୁନି’ ; ଦଳ ପରିବର୍ତ୍ତନ ଚର୍ଚ୍ଚା ପରେ ମୁହଁ ଖୋଲିଲେ ବିଜେଡି ନେତ୍ରୀ ସରସ୍ୱତୀ ହେମ୍ବ୍ରମ

Advertisment

ବିଜେଡି ନେତ୍ରୀ ସରୋଜିନୀ ହେମ୍ବମ୍ ଦଳ ପରିବର୍ତ୍ତନ ନେଇ ଚର୍ଚ୍ଚା ଭିତରେ ସ୍ପଷ୍ଟୀକରଣ ରଖିଲେ ସରୋଜିନୀ । ମୟୂରଭଞ୍ଜ ଜିଲ୍ଲା ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ,ବିଧାୟକ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ପଦ୍ମ ଧରିବା ନେଇ ଚର୍ଚ୍ଚା ଜୋର ଉପରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

saraswati

କନକ ବ୍ୟୁରୋ: ବିଜେଡି ନେତ୍ରୀ ସରୋଜିନୀ ହେମ୍ବମ୍ ଦଳ ପରିବର୍ତ୍ତନ ନେଇ ଚର୍ଚ୍ଚା ଭିତରେ  ସ୍ପଷ୍ଟୀକରଣ ରଖିଲେ ସରୋଜିନୀ । ମୟୂରଭଞ୍ଜ ଜିଲ୍ଲା ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ,ବିଧାୟକ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ପଦ୍ମ ଧରିବା ନେଇ ଚର୍ଚ୍ଚା ଜୋର ଉପରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।  

ସରୋଜିନୀ କହିଛନ୍ତି, ଏହା ସମ୍ପୂର୍ଣ୍ଣ ମିଛ ଓ ସୁପରିକଳ୍ପିତ । ବିଜେଡି ତାଙ୍କ ପରିବାକୁ ଓ ତାଙ୍କୁ ବହୁତ କିଛି ଦେଇଛି, ତେଣୁ ଆଜିବି ସେ ବିଜେଡି ଦଳରେ ଅଛନ୍ତି ଓ ଦଳ ପାଇଁ କାମ କରୁଛନ୍ତି । ଏବଂ ଆଗକୁ ମଧ୍ୟ ଦଳ ପାଇଁ କାମ କରିବି ବୋଲି ନିଜର ସ୍ପଷ୍ଟୀକରଣ ରଖିଲେ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍ । ରବିବାର ବାରିପଦା ବେଲଗଡିଆ ପେଲେସ ପରିସରରେ 'ମୟୂରଭଞ୍ଜ ସିଟିଜେନ ଫୋରମ୍' ନାମକ ଏକ ସାମାଜିକ ସଂସ୍ଥାର କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ଶ୍ରୀମତୀ ହେମ୍ବ୍ରମ । ସେଠାରେ ତାଙ୍କୁ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ବିଭିନ୍ନ ଦଳର ବ୍ୟକ୍ତି ବିଶେଷ ସହ ଅନେକ ସମାଜସେବୀ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବୈଠକରେ ବିଜେପି ର କିଛି ଆଗଧାଡ଼ିର ନେତୃବୃନ୍ଦ ଯୋଗ ଦେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe