କନକ ବ୍ୟୁରୋ : ବିଜେଡିର ସବୁ କମିଟି ଭାଙ୍ଗିବା ପରେ ଏବେ ନେତାଙ୍କ ମେଳିକୁ ନେଇ ଜୋର ଧରିଛି ଚର୍ଚ୍ଚା । ବିଭିନ୍ନ ସ୍ଥାନରେ ନେତା ଏକାଠି ହେବା ବିଜେଡି ଆଭ୍ୟନ୍ତରୀଣ ରାଜନୀତି ଗୋଳମାଳିଆ ଧରିଥିବା ଚର୍ଚ୍ଚାକୁ ବଳ ଦେଉଛି । କୁହାଯାଉଛି, ଏହି ମେଳି ପଛର କାରଣ ପାଣ୍ଡିଆନଙ୍କ ବିରୋଧରେ ରହିଥିବା ଅସନ୍ତୋଷ । ଅବଶ୍ୟ ମେଳିକୁ ନେତାମାନେ ଖଣ୍ଡନ କରୁଛନ୍ତି । ହେଲେ, ଫଟୋ ଚର୍ଚ୍ଚାକୁ ବଢ଼ାଉଛି ପଛେ ଥମୁନି ।
ବିଜେଡି ନେତାଙ୍କ ମେଳି ଚର୍ଚ୍ଚା ଭିତରେ ଭାଇରାଲ ଫଟୋ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଚର୍ଚ୍ଚା ହେଉଛି, ରାଜ୍ୟଠାରୁ ବହୁ ଦୂରରେ ଆସାମ ଗୌହାଟୀରେ ଏକ ହୋଟେଲରେ ନେତାମାନେ ଏକାଠି ହୋଇଥିଲେ । ଯେଉଁଥିରେ ଉପସ୍ଥିତ ଥିଲେ ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀଙ୍କ ଭଳି ବରିଷ୍ଠ ନେତା । ପାଖରେ ଥିଲେ ବିଜେଡିର ବହୁ ଯୁବ ନେତା । ବିଜେଡି ନେତାଙ୍କ ସହ ବିଜୟଙ୍କ ଫଟୋ ନେତାଙ୍କ ମେଳି ଚର୍ଚ୍ଚାକୁ ବଢ଼ାଇ ଦେଇଛି । ତେବେ ଏହାକୁ ଖଣ୍ଡନ କରିଛନ୍ତି, ପ୍ରଭାତ । ଏହା କୌଣସି ବୈଠକ ନଥିଲା ବରଂ ଏକ ବିବାହ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ଅବସରର ଫଟୋ ବୋଲି କହିଛନ୍ତି ।
ଗତ ୨୩ତାରିଖରେ କଟକରୁ ଆସିଥିଲା ଭାଇରାଲ ଚିତ୍ର । ଯେଉଁଠି ବିଜେଡି ସାଂସଦ ଦେବାଶିଷ୍ ସାମନ୍ତରାୟଙ୍କ ଘରେ ଦଳର ବହୁ ଯୁବ ନେତା ଏକାଠି ହୋଇଥିଲେ। ନବୀନ ଦଳର ସବୁ ରାଜନୈତିକ କମିଟି ଭାଂଗି ଦେବା ପରେ ଯୁବ ନେତାଙ୍କୁ ଗୁରୁତ୍ବ ଦେବା ପାଇଁ ଚାପ ପକାଇବାକୁ, ନେତାମାନେ ମେଳି କରୁଥିବା କୁହାଯାଉଥିଲା । ଏପରିକି ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ବିରୋଧ କରିବାକୁ ରଣନୀତି କରୁଥିବା ଆଲୋଚନା ହେଉଛି । ହେଲେ ଏଭଳି ଚର୍ଚ୍ଚାକୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ ଖଣ୍ଡନ କରିଛନ୍ତି ।
ନେତା ଏକାଠି ହେବା ପଛର ସତ ଯାହା ବି ହେଉ, ଯେଉଁ ଅବସରେ ଏକାଠି ହୋଇଥାନ୍ତୁ କିନ୍ତୁ ଏହା ରାଜନୀତିକୁ ସରଗରମ କରିଛି । କାରଣ ଗୋଟିଏ ପଟେ ନବୀନ ନିବାସରେ ଏବେ ବି ପାଣ୍ଡିଆନ ସକ୍ରିୟ ରହିବା ଓ ଅନ୍ୟପଟେ ବିଜେଡି ନେତା ଏକାଠି ହେବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହେବା ସ୍ବାଭାବିକ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ବିଜେଡି ନେତାଙ୍କ ମେଳି ପଛର ସତ ଯାହା ହେଉ ନା କାହିଁକି, କିନ୍ତୁ ଏହି ଚର୍ଚ୍ଚା ଦଳୀୟ ସୁପ୍ରିମୋଙ୍କ ପାଇଁ ଟେନସନକୁ ବଢ଼ାଇ ଦେଇଛି ।
ଚର୍ଚ୍ଚାରେ ବିଜେଡି ମେଳି । ଏକାଠି ହେଉଛନ୍ତି ନୂଆ ପୁରୁଣା ନେତା ।
ବିଜେଡି ନେତାଙ୍କ ମେଳି ଚର୍ଚ୍ଚା ଭିତରେ ଭାଇରାଲ ଫଟୋ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଚର୍ଚ୍ଚା ହେଉଛି, ରାଜ୍ୟଠାରୁ ବହୁ ଦୂରରେ ଆସାମ ଗୌହାଟୀରେ ଏକ ହୋଟେଲରେ ନେତାମାନେ ଏକାଠି ହୋଇଥିଲେ ।
/kanak/media/media_files/2025/02/02/ILlGC8owQSfcPuDuNew7.jpg)