‘କହିବା ଲୋକ ବଡ ନୁହେଁ ସହିବା ଲୋକ ବଡ’ ; ଶଙ୍ଖଭବନରେ କଥା କଟାକଟି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ଶ୍ରୀମୟୀ

Advertisment

ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ବୈଠକ ବେଳେ ଶ୍ରୀ ମୟୀ ମିଶ୍ର ଓ ପ୍ରଦୀପ ସାହୁ ଙ୍କ ମଧ୍ୟରେ କଥା କଟାକଟି ଏବଂ ଶ୍ରୀମୟୀ ଙ୍କ ପ୍ରଦୀପ ସାହୁ ସମର୍ଥକଙ୍କ ପ୍ରବଳ ବିରୋଧ ପରେ ଆସିଛି ଶ୍ରୀମୟୀଙ୍କ ପ୍ରତିକ୍ରିୟା

ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ବୈଠକ ବେଳେ ଶ୍ରୀ ମୟୀ ମିଶ୍ର ଓ ପ୍ରଦୀପ ସାହୁ ଙ୍କ ମଧ୍ୟରେ କଥା କଟାକଟି ଏବଂ ଶ୍ରୀମୟୀ ଙ୍କ ପ୍ରଦୀପ ସାହୁ ସମର୍ଥକଙ୍କ ପ୍ରବଳ ବିରୋଧ ପରେ ଆସିଛି ଶ୍ରୀମୟୀଙ୍କ ପ୍ରତିକ୍ରିୟା

32L

କନକ ବ୍ୟୁରୋ: ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ବୈଠକ ବେଳେ ଶ୍ରୀ ମୟୀ ମିଶ୍ର ଓ ପ୍ରଦୀପ ସାହୁ ଙ୍କ ମଧ୍ୟରେ କଥା କଟାକଟି ଏବଂ ଶ୍ରୀମୟୀ ଙ୍କ ପ୍ରଦୀପ ସାହୁ ସମର୍ଥକଙ୍କ ପ୍ରବଳ ବିରୋଧ ପରେ ଆସିଛି  ଶ୍ରୀମୟୀଙ୍କ ପ୍ରତିକ୍ରିୟା 
ଶ୍ରୀମୟୀ କହିଛନ୍ତି, ‘ଯୁଗେଯୁଗେ ଲେଖା ଅଛି ଯେଉଁମାନେ ମହିଳାଙ୍କୁ ଅସମ୍ମାନ କରିଛନ୍ତି ତାର ଫଳ ସେ ନିଶ୍ଚିତ ପାଇଛନ୍ତି । ପୁରାଣ ଇତିହାସଠୁ ନେଇ ପ୍ରତିଦିନ ତା’ର ଉଦାହରଣ ଦେଖୁଥିବେ । ଯାହା ହୋଇଛି ତାହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ତାହା ଆମ ଦଳର ସମୀକ୍ଷା ବୈଠକ ଥିଲା । ସମୀକ୍ଷା ବୈଠକରେ ଯେଉଁମାନେ ନେତୃ ମଣ୍ଡଳୀମାନେ ଥିଲେ ସେମାନେ ତାର ତର୍ଜମା ବିଶ୍ଲେଷଣ କରିବେ । ଗଣମାଧ୍ୟମରେ କହିବା ଶୃଙ୍ଖଳିତ କର୍ମୀର ପରିଚୟ ନୁହେଁ’ ।

ଆହୁରି ମଧ୍ୟ କହିଛନ୍ତି, ‘କହିବା ଲୋକ କେବେ ବି ବଡ଼ ନୁହେଁ ମୁଁ ଭାବେ ସହିବା ଲୋକଟି ବଡ଼। ପ୍ରଦୀପ ସାହୁ ମୋର ବଡ଼ ଭାଇ । ନିର୍ବାଚନ ବେଳେ ମୋତେ ସେ ବହୁତ ସହଯୋଗ କରିଛନ୍ତି । କାହାର କେଉଁଠି ମତାନ୍ତର ମନାନ୍ତର ରହିଛି ସେଇଟା ଦଳର ସଭାପତି ନିଷ୍ପତ୍ତି ନେବେ । ତେଣୁ ଆମ ଦଳରେ କଣ ହେଉଛି ମିଡ଼ିଆରେ କହିବାକୁ ଚାହୁଁନାହିଁ । ଦେବୀ ମିଶ୍ରଙ୍କୁ ପଚାରନ୍ତୁ ସେ ନେତୃତ୍ୱ ନେଉଥିଲେ ତାଙ୍କୁ ପଚାରନ୍ତୁ ସେ କହିବେ କ’ଣ ହୋଇଛି’ ବୋଲି କହିଲେ ଶ୍ରୀ ମୟୀ ।

ଏହାପରେ ଶଙ୍ଖଭବନ କଥା କଟାକଟି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦେବୀ  ମିଶ୍ର । ଖୋର୍ଦ୍ଧା ଜିଲ୍ଲା ବୈଠକରେ ସେଭଳି କିଛି ହୋଇନି । କଥା କଟାକଟି ପ୍ରଶ୍ନରେ କହିଲେ ଯେତେବେଳେ ଆମେ ସମୀକ୍ଷା କରୁଛୁ ବା ଆଲୋଚନା କରୁଛୁ ସଂଗଠନକୁ ନେଇ ସେତେବେଳେ  ଏମିତି ପ୍ରାୟ ଘଟଣା ସାମନାକୁ ଆସୁଛି। ତାର ସମାଧାନ ବି କରାଯାଉଛି ।  ଏମିତି କିଛି ନୁହେଁ ଯେ କେହି ଦଳ ବିରୋଧୀ କାମ କରୁଛନ୍ତି । କାଲିର ଆଲୋଚନା ସୁରୁଖୁରୁରେ ସମାପନ ହୋଇଛି । କାହାର ଆଭିମୁଖ୍ୟ ନାହିଁ ଦଳ ଶୃଙ୍ଖଳା ବାହାରେ କାମ କରିବେ’। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe