କୋରାପୁଟକୁ ଲମ୍ବିଛି ‘ରାଜା’ ସାମ୍ରାଜ୍ୟ ; ସେମିଳିଗୁଡାରୁ ଟିପ୍ପର, ଜେସିବି ଜବତ

କୋରାପୁଟକୁ ଲମ୍ବିଛି ବିଜେଡି ନେତା ରାଜା ଚକ୍ରଙ୍କ ସାମ୍ରାଜ୍ୟ । ତଦନ୍ତ ବେଳେ ସାମ୍ନାକୁ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ସେମିଳିଗୁଡ଼ାରୁ ୧୪ ଟିପ୍ପର ଓ ଗୋଟିଏ ଜେସିବି ଜବତ । ଇଓଡବ୍ଲୁର ନିର୍ଦ୍ଦେଶକ୍ରମେ ପୁଲିସର କାର୍ଯ୍ୟାନୁଷ୍ଠାନ ।

Raja Chakra ++++

Raja Chakra ++++ Photograph: (KanakNews)

କନକ ବ୍ୟୁରୋ: କୋରାପୁଟକୁ ଲମ୍ବିଛି ରାଜା ଚକ୍ରର ବ୍ୟବସାୟିକ ସାମ୍ରାଜ୍ୟ । ତଦନ୍ତ ବେଳେ ସାମ୍ନାକୁ ଆସିଲା ତଥ୍ୟ । ଆଜି ସେମିଳିଗୁଡାରୁ ରାଜା ଚକ୍ରର ୧୪ ଟିପର ଜବତ କରିଛି ଇଓଡବ୍ଲୁ । ଗନ୍ଧମାର୍ଦନ ଖଣି ଲୋଡ଼ିଙ୍ଗ ଏଜେନ୍ସି ଦୁର୍ନୀତି ଘଟଣାରେ ଖଣି ମାଫିଆ ରାଜା ଚକ୍ରର ଗିରିଫଦାରି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ପାଲଟିଥିବା ବେଳେ ଏବେ କୋରାପୁଟରେ ମଧ୍ୟ ରାଜାର ସାମ୍ରାଜ୍ୟ ଥିବା ଜଣାପଡ଼ିଛି । ସେମିଳିଗୁଡା ସହର ଉପକଣ୍ଠରେ ୧୫ରୁ ଅଧିକ କ୍ରସର ଥିବା ବେଳେ ଏଥିରେ ରାଜା ଚକ୍ରର ଏକାଧିକ ଗାଡି ପରିବହନ ପାଇଁ ଲାଗିଛି । ଏହି ଘଟଣା ଇଓଡବ୍ଲୁ ନଜରକୁ ଆସିବା ପରେ ଗାଡି ଗୁଡିକ ଜବତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ୧୪ଟି ଟିପର ସହ ଗୋଟିଏ ଜେସିବିକୁ ଜବତ କରିଛି ସେମିଳିଗୁଡା ପୋଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe