କନକ ବ୍ୟୁରୋ: କୋରାପୁଟକୁ ଲମ୍ବିଛି ରାଜା ଚକ୍ରର ବ୍ୟବସାୟିକ ସାମ୍ରାଜ୍ୟ । ତଦନ୍ତ ବେଳେ ସାମ୍ନାକୁ ଆସିଲା ତଥ୍ୟ । ଆଜି ସେମିଳିଗୁଡାରୁ ରାଜା ଚକ୍ରର ୧୪ ଟିପର ଜବତ କରିଛି ଇଓଡବ୍ଲୁ । ଗନ୍ଧମାର୍ଦନ ଖଣି ଲୋଡ଼ିଙ୍ଗ ଏଜେନ୍ସି ଦୁର୍ନୀତି ଘଟଣାରେ ଖଣି ମାଫିଆ ରାଜା ଚକ୍ରର ଗିରିଫଦାରି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ପାଲଟିଥିବା ବେଳେ ଏବେ କୋରାପୁଟରେ ମଧ୍ୟ ରାଜାର ସାମ୍ରାଜ୍ୟ ଥିବା ଜଣାପଡ଼ିଛି । ସେମିଳିଗୁଡା ସହର ଉପକଣ୍ଠରେ ୧୫ରୁ ଅଧିକ କ୍ରସର ଥିବା ବେଳେ ଏଥିରେ ରାଜା ଚକ୍ରର ଏକାଧିକ ଗାଡି ପରିବହନ ପାଇଁ ଲାଗିଛି । ଏହି ଘଟଣା ଇଓଡବ୍ଲୁ ନଜରକୁ ଆସିବା ପରେ ଗାଡି ଗୁଡିକ ଜବତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ୧୪ଟି ଟିପର ସହ ଗୋଟିଏ ଜେସିବିକୁ ଜବତ କରିଛି ସେମିଳିଗୁଡା ପୋଲିସ ।