କନକ ବ୍ୟୁରୋ: କୋର୍ଟରେ ହାଜର ହେବେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଓ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ରାଜା ଚକ୍ରକୁ ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କରାଯିବ । ହାଜର ପରେ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ଇଓଡବ୍ଲୁ । 

Advertisment

ବେଶ କିଛି ବର୍ଷ ଧରି ବିଜେଡି ଛତ୍ରଛାୟାରେ କଳାସାମ୍ରାଜ୍ୟ ବିଛାଇଥିଲା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା ରାଜା । ହାଇକୋର୍ଟ ତାଙ୍କ ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ। ଏହାସହ ରାଜାକୁ ମିଳିଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ ହାଇକୋର୍ଟ । 

ଗତକାଲି ରାଜା ଚକ୍ରଙ୍କୁ ଗିରଫ କରିଥିଲା କ୍ରାଇବ୍ରାଞ୍ଚର ସ୍ବତନ୍ତ୍ର ଶାଖା ଇଓଡବ୍ଲୁ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ରାଜା ଚକ୍ର । ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ଏଜେନ୍ସି । ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଛନ୍ତି ରାଜା । କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ୨ ଜଣ ବିଡିଓ କହିଛନ୍ତି । ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ବଣ୍ଟା ହୋଇଛି ୩୩ କୋଟି ଟଙ୍କା । ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଜରିଆରେ କୋଟି ଟଙ୍କା ହେରଫେର ହୋଇଛି । ଅଡିଟ୍ ବେଳେ ଧରା ପଡିଲା ରାଜାଙ୍କ କଳାସାମ୍ରାଜ୍ୟ ।