କନକ ବ୍ୟୁରୋ: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲୁରେ ବିଜେଡି ନେତା । ୪୦ ରୁ ୫୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗରେ ବିଜେଡ଼ି ନେତା ରାଜା ଚକ୍ରଙ୍କୁ ଚାଲିଛି ମାରାଥନ ଜେରା । କେନ୍ଦୁଝର ଗନ୍ଧମାର୍ଦ୍ଦନ ଓଏମସି ଖଣିରେ ଲୋଡ଼ିଂ ଦାୟିତ୍ୱ ନେଇଥିବା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ କୋଟି କୋଟି ଟଙ୍କା ହେରଫେର ଅଭିଯୋଗ ହୋଇଥିଲା ।
କିଛି ଦିନ ପୂର୍ବରୁ ଶୁଆକାଟି ସ୍ଥିତ ଲୋଡ଼ିଙ୍ଗ ଏଜେନ୍ସି କାର୍ୟ୍ୟାଳୟରେ ଇଓଡବ୍ଲୁ ପକ୍ଷରୁ ଚଢାଉ ହୋଇଥିଲା । ସେ ସମୟରେ ଏଜେନ୍ସି ସଭାପତି ଏଵଂ ସମ୍ପାଦକଙ୍କୁ ଇଓଡବ୍ଲୁ ଅଧିକାରୀ ଉଠାଇ ନେଇ ପଳାଇଥିଲେ । ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଥିଲା । ପରେ ଖୋଲତାଡ଼ କରିବାରୁ ଏଥିରେ ପ୍ରାୟ ୫୦୦ କୋଟି ଟଙ୍କା ହେରଫେର ହୋଇଥିବା ଇଓଡବ୍ଲୁ ଜାଣିବାକୁ ପାଇଛି । ଏହି ସଂସ୍ଥା ସହ ଜଡ଼ିତ ୯ ଜଣଙ୍କୁ ଇଓଡବ୍ଲୁରେ ହାଜର ହେବାକୁ ନୋଟିସ୍ କରିଥିଲା । ସେ ମଧ୍ୟରେ ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କ ନାଁ ଥିଲା । ଆଜି ରାଜା ଚକ୍ର ଭୁବନେଶ୍ୱର ଅଫିସରେ ହାଜର ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/03/VgBqfPbyEuioow5AYxwp.jpg)