କନକ ବ୍ୟୁରୋ: ପ୍ରସନ୍ନ ଆଚାର୍ୟ୍ୟଙ୍କ ଘରେ ବିଜେଡି ମେଳିକୁ ନେଇ ପ୍ରତିକ୍ରିୟା । କହିଲେ, ମୋ ଦେହ ଖରାପ ଅଛି । ସେଥିପାଇଁ ମୋ ବନ୍ଧୁ ମାନେ ଭେଟିବାକୁ ଆସିଥିଲେ । ଏହା ମେଳି ନୁହଁ, ବରଂ ସାଧାରଣ ଗସ୍ତ। ବିଜେଡି ସଂଗଠନ ଆଗକୁ ବଢୁଛି । ସଂଗଠନ ପାଇଁ ବୟସ ବାଧକ ନୁହଁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ବରିଷ୍ଠ ନେତା ପ୍ରଫୁଲ୍ଲ ମଲିକ, ଅଶୋକ ପଣ୍ଡା ଓ ଭୁପିନ୍ଦର ସିଂ- ପ୍ରସନ୍ନ ଆଚାର୍ୟ୍ୟଙ୍କ ଘରକୁ ଯାଇ ବୈଠକ କରିଥିବା ଚର୍ଚ୍ଚା ହେଉଥିଲା , ଯାହାକୁ ଖଣ୍ଡନ କରିଛନ୍ତି।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ ; ପ୍ରସନ୍ନ କହିଲେ , ମେଳି ନୁହେଁ ମୋ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଆସିଥିଲେ ନେତା
ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ବରିଷ୍ଠ ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ । ବିରୋଧୀ ଦଳ ଉପ-ନେତା କହିଲେ, ମେଳି ନୁହେଁ ସ୍ବାସ୍ଥ୍ୟବସ୍ଥା ବୁଝିବାକୁ ଆସିଥିଲେ । ପ୍ରଫୁଲ୍ଲ ମଲିକ, ଅଶୋକ ପଣ୍ଡା ଓ ଭୁପିନ୍ଦର ସିଂ ହୋଇଥିଲେ ଏକାଠି ।
/kanak/media/media_files/2025/01/15/fPvNW65VgRU8ExAHF8ou.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)