ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ମୁଁ ଧଳା ସାର୍ଟ ଛାଡ଼ି ନାଲି ସାର୍ଟ ପିନ୍ଧିଲି ; ପ୍ରଭାତ ବିଶ୍ବାଳ

ବିଜେଡି ନେତା ପ୍ରଭାତ ବିଶ୍ଵାଳଙ୍କ ବିସ୍ଫୋରଣ । କହିଲେ, ପୂର୍ବ ସରକାରର ଦୁଇ ମନ୍ତ୍ରୀଙ୍କ ପାଇଁ ଚିଟ୍ ଫଣ୍ଡ ମାମଲାରେ ଫସିଲି । ଚୋର ଚୋରି କରି ମୋ ମୁଣ୍ଡରେ ଅଠା ବୋଳିଲା । ଏବେ ମୁଁ  ନ୍ୟାୟାଳୟଙ୍କ ଉପରେ ଭରସା କରିଛି ।

ପ୍ରଭାତ ବିଶ୍ବାଳ

ପ୍ରଭାତ ବିଶ୍ବାଳ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ବିଜେଡି ନେତା ପ୍ରଭାତ ବିଶ୍ଵାଳଙ୍କ ବିସ୍ଫୋରକ ବୟାନ । ସର୍ବ ସମ୍ମୁଖରେ କିଛି ବିଜେଡି ନେତାଙ୍କୁ ଦୋଷାରୋପ କଲେ ପ୍ରଭାତ ବିଶ୍ବାଳ । କହିଲେ, ପୂର୍ବ ସରକାରର ଦୁଇ ମନ୍ତ୍ରୀଙ୍କ ପାଇଁ ମୁଁ ଚିଟ୍ ଫଣ୍ଡ ମାମଲାରେ ଫସିଲି । ଚୋର ଚୋରି କଲା ଆଉ ମୋ ମୁଣ୍ଡରେ ଅଠା ବୋଳିଲା । ସେତେବେଳେ ବି କହିଥିଲି ଆଜି ବି କହୁଛି , ପୂର୍ବ ସରକାରର ଦୁଇ ମନ୍ତ୍ରୀଙ୍କ ଯୋଗୁଁ ଧଳା ସାର୍ଟ ଛାଡ଼ି ନାଲି ସାର୍ଟ ପିନ୍ଧିଲି । ସେମାନେ ମୋ ପଲିଟିକାଲ ଜୀବନକୁ ତଳିତଳାନ୍ତ କରିଦେଲେ । ହେଲେ ଆଜି ମୁଁ ନ୍ୟାୟାଳୟ ଉପରେ ଭରସା କରି ରହିଛି । ଆଶା ମୋତେ ନିଶ୍ଚୟ ନ୍ୟାୟ ମିଳିବ ।  

ନ୍ୟାୟାଳୟରେ ଚିଟ୍ ଫଣ୍ଡ ମାମଲା ବିଚାରାଧୀନ ଅଛି । ସତ୍ୟ ଓ ଧର୍ମର ଜୟ ହେବ ବୋଲି ବୋଲି କହିଛନ୍ତି ପ୍ରଭାତ ବିଶ୍ବାଳ । ସେହିପରି ପୂର୍ବତନ ବରିଷ୍ଠ ନେତା ପ୍ୟାରୀମୋହନଙ୍କୁ ପ୍ରଶଂସା କରିଛନ୍ତି ପ୍ରଭାତ ବିଶ୍ବାଳ । ପ୍ୟାରୀମୋହନ ବିଜେଡିକୁ ମଜଭୁତ କରିଥିଲେ ବୋଲି ପ୍ରଭାତ ବିଶ୍ବାଳ କହିଛନ୍ତି । ୨୫ ବର୍ଷ ପରେ ବିଜେଡି ହାରିବାର କାରଣ ’ଆଣ୍ଟି ଇନକନଭେନିୟେନ୍ସ’ । ବହୁ ବର୍ଷ ଶାସନରେ ରହିଲେ ଏମିତି ହୁଏ ବୋଲି ପ୍ରଭାତ ବିଶ୍ବାଳ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe