କନକ ବ୍ୟୁରୋ: ବିଜେଡି ନେତା ପ୍ରଭାତ ବିଶ୍ଵାଳଙ୍କ ବିସ୍ଫୋରକ ବୟାନ । ସର୍ବ ସମ୍ମୁଖରେ କିଛି ବିଜେଡି ନେତାଙ୍କୁ ଦୋଷାରୋପ କଲେ ପ୍ରଭାତ ବିଶ୍ବାଳ । କହିଲେ, ପୂର୍ବ ସରକାରର ଦୁଇ ମନ୍ତ୍ରୀଙ୍କ ପାଇଁ ମୁଁ ଚିଟ୍ ଫଣ୍ଡ ମାମଲାରେ ଫସିଲି । ଚୋର ଚୋରି କଲା ଆଉ ମୋ ମୁଣ୍ଡରେ ଅଠା ବୋଳିଲା । ସେତେବେଳେ ବି କହିଥିଲି ଆଜି ବି କହୁଛି , ପୂର୍ବ ସରକାରର ଦୁଇ ମନ୍ତ୍ରୀଙ୍କ ଯୋଗୁଁ ଧଳା ସାର୍ଟ ଛାଡ଼ି ନାଲି ସାର୍ଟ ପିନ୍ଧିଲି । ସେମାନେ ମୋ ପଲିଟିକାଲ ଜୀବନକୁ ତଳିତଳାନ୍ତ କରିଦେଲେ । ହେଲେ ଆଜି ମୁଁ ନ୍ୟାୟାଳୟ ଉପରେ ଭରସା କରି ରହିଛି । ଆଶା ମୋତେ ନିଶ୍ଚୟ ନ୍ୟାୟ ମିଳିବ ।  

Advertisment

ନ୍ୟାୟାଳୟରେ ଚିଟ୍ ଫଣ୍ଡ ମାମଲା ବିଚାରାଧୀନ ଅଛି । ସତ୍ୟ ଓ ଧର୍ମର ଜୟ ହେବ ବୋଲି ବୋଲି କହିଛନ୍ତି ପ୍ରଭାତ ବିଶ୍ବାଳ । ସେହିପରି ପୂର୍ବତନ ବରିଷ୍ଠ ନେତା ପ୍ୟାରୀମୋହନଙ୍କୁ ପ୍ରଶଂସା କରିଛନ୍ତି ପ୍ରଭାତ ବିଶ୍ବାଳ । ପ୍ୟାରୀମୋହନ ବିଜେଡିକୁ ମଜଭୁତ କରିଥିଲେ ବୋଲି ପ୍ରଭାତ ବିଶ୍ବାଳ କହିଛନ୍ତି । ୨୫ ବର୍ଷ ପରେ ବିଜେଡି ହାରିବାର କାରଣ ’ଆଣ୍ଟି ଇନକନଭେନିୟେନ୍ସ’ । ବହୁ ବର୍ଷ ଶାସନରେ ରହିଲେ ଏମିତି ହୁଏ ବୋଲି ପ୍ରଭାତ ବିଶ୍ବାଳ କହିଛନ୍ତି ।