କନକ ବ୍ୟୁରୋ: ପ୍ରସନ୍ନଙ୍କ ବିସ୍ପୋରକ ବୟାନ ଉପରେ ଜବାବ ରଖିଲେ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । କହିଲେ, ‘ପାଣ୍ଡିୟାନ ଆମ ନେତା ନୁହେଁ । ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ। ପ୍ରସନ୍ନ ପାଟ୍ଟଶାଣୀ ଏଥର ଟିକେଟ ପାଇଲେ ନାହିଁ ବୋଲି ଏବେ ଏମିତି କହୁଛନ୍ତି । ପ୍ରସନ୍ନ ପାଟ୍ଟଶାଣିଙ୍କୁ ଦଳ ପୂର୍ବରୁ ଅନେକ ଥର ସାଂସଦ କରିଛି । ବହୁତ୍ ଫାଇଦା ସେ ଦଳରୁ ପାଇଛନ୍ତି । ବିଜେଡିରୁ ଏବେ ଯିଏ ଛାଡ଼ି ଚାଲିଗଲେ ବି ଫରକ ପଡିବ ନାହିଁ । ଅମର ଶତପଥୀ ବାରମ୍ବାର ଦଳ ପରିବର୍ତ୍ତନ କଲେ ତାଙ୍କ ଭୋଟର ହିଁ ତାଙ୍କୁ ଭଲ ନଜରରେ ଦେଖିବେ ନାହିଁ । ପୂର୍ବରୁ ଏନସିପିରେ ଥିଲା ବେଳେ ବି ସେ ବିଜେଡି ବିରୁଦ୍ଧରେ କହୁଥିଲେ । ନବୀନ ପଟ୍ଟନାୟକଙ୍କ ଯେଉଁ ଲୋକପ୍ରିୟତା ରହିଛି । ତାହା ସବୁବେଳେ ରହିଥିବ’। ଦେବାଶିଷଙ୍କ ପୂର୍ବରୁ ବିଜେଡି ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣି ଓ ଅମର ଶତପଥୀ ।
‘ପାଣ୍ଡିଆନ୍ ଆମ ନେତା ନୁହଁ, ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ’; ଦେବାଶିଷ ସାମନ୍ତରାୟ
ପାଣ୍ଡିଆନଙ୍କୁ ପ୍ରସନ୍ନଙ୍କ ଟାର୍ଗେଟ୍ ପରେ ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା । କିହଲେ, ପାଣ୍ଡିଆନ ଆମ ନେତା ନୁହଁ । ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ । ସନ୍ତୃପ୍ତ କହିଲେ, ବିଜେଡିରୁ ଯେତେ ନେତା ଚାଲିଗଲେ ବି ପଡିବନି ଫରକ ।