କନକ ବ୍ୟୁରୋ: ବିଜେଡି ନେତ୍ରୀ ଲତିକା ପ୍ରଧାନଙ୍କ ମୁହଁରେ ସାଂଘାତିକ ଅଭିଯୋଗ । କହିଲେ , ଆସ୍କାରେ ବିଜେଡିକୁ ହରାଇବାକୁ ବିଜେପି ସହ ହାତ ମିଳାଇଥିଲେ ବିଜେଡି ସାଂସଦ ପ୍ରାର୍ଥୀ । ତାଙ୍କ ପାଇଁ ବିଜେଡି ଆସ୍କା ଲୋକସଭା ସହ ଅନେକ ବିଧାନସଭା କ୍ଷେତ୍ରରେ ହାରିଲା । ହିଞ୍ଜିଳିରେ ଭୋଟ କମିବା ସହ କବିସୂର୍ଯ୍ୟନଗରରେ ବି ଦଳ ତାଙ୍କ ପାଇଁ ହାରିଲା । ବିଜେପି ଏଜେଣ୍ଟଙ୍କ ସହ ମିଶି ବିଭୀଷଣ କାମ କରିଥିଲେ ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ । ଏ ନେଇ ଭିଡିଓ ଫଟୋ ବି ଘୁରିବୁଲୁଛି । ନିର୍ବାଚନ ସମୟରେ ଓ ନିର୍ବାଚନ ପରେ ବିଜେପି ନେତାଙ୍କ ସହ ସାଲିସ ହୋଇ କାମ କରିଥିଲେ । ସୁପ୍ରିମୋଙ୍କୁ ଏ ବାବଦରେ ଅବଗତ କରାଇଛି ।
ବିଜେଡି ନେତ୍ରୀ ଲତିକା ପ୍ରଧାନଙ୍କ ମୁହଁରେ ସାଂଘାତିକ ସତ; କହିଲେ , ବିଜେଡିକୁ ହରାଇବାକୁ ବିଜେପି ସହ ହାତ ମିଶାଇଥିଲେ ରଞ୍ଜିତା ସାହୁ
Advertisment
Follow Us