କନକ ବ୍ୟୁରୋ: ବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ । ୨୦୨୪ ନିର୍ବାଚନରେ ନିମାପଡ଼ା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲୁ । ୧୨ କୋଟି ୪୨ ଲକ୍ଷ ଟଙ୍କାର ଠକେଇ ମାମଲାରେ ଦିଲ୍ଲୀପଙ୍କୁ ବାନ୍ଧିଛି ଇଓଡବ୍ଲୁ । କଟକ ରାଣୀହାଟର ବିଜୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ଗିରଫ କରାଯାଇଛି ।

Advertisment

ଭୁବନେଶ୍ବର ପାଣ୍ଡରାରେ ଏକ ଜମି ପାଇଁ ବିଜୟ ୭ କୋଟି ୪୨ ଲକ୍ଷ ଟଙ୍କା ଦିଲ୍ଲୀପଙ୍କୁ ଦେଇଥିଲେ । ଏହାପରେ ପୁଣିଥରେ ୨ କୋଟି ଟଙ୍କା ନେଇଥିଲେ ଦିଲ୍ଲୀପ । କିନ୍ତୁ ସମ୍ପୃକ୍ତ ଜମିକୁ ଦିଲ୍ଲୀପ ନିଜ ନାଁରେ କରିଥିଲେ । ବିଜୟ ରାଉତ ବାରମ୍ବାର ଟଙ୍କା ମାଗିବା ପରେ ଫେରାଇ ନଥିଲେ ଦିଲ୍ଲୀପ । ଏନେଇ ବିଜୟ ବାଦାମବାଡ଼ି ଥାନାରେ ମାମଲା ରୁଜୁ କରିଥିଲେ । ଏହି ଆଧାରରେ ଗତକାଲିଠାରୁ ଇଓଡବ୍ଲୁ ଅଧିକାରୀ ବିଜେଡି ନେତା ଦିଲ୍ଲୀପ ନାୟକଙ୍କ ଘରେ ଚଢାଉ କରିଥିଲେ। ଆଜି ଗିରଫ କରାଯାଇଛି ।