କନକ ବ୍ୟୁରୋ: ବିଧାନସଭା ଉଠିଲା ଗଞ୍ଜାମ ଚିକିଟି ମଦ ମୃତ୍ୟୁ ମାମଲା। ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି। କହିଛନ୍ତି, ବିଜେପି ସରକାର ନିଶା ମୁକ୍ତ ଓଡିଶା ଗଠନ କହି ସରକାରକୁ ଆସିଛନ୍ତି। ହେଲେ ଚିକିଟିରେ ବିଷାକ୍ତ ମଦ ପିଇ ଆଉ ଜଣଙ୍କର ଆଜି ମୃତ୍ୟୁ ହୋଇଛି। ତେଣୁ ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା ମଲ୍ଲିକ। ଏହା ସହ ସରକାର ଗୃହରେ ବିବୃତି ରଖିବାକୁ ଦାବି କରିଛନ୍ତି ପ୍ରମିଳା। 

Advertisment

ଅନ୍ୟପଟେ ଚିକିଟି ମଦମୃତ୍ୟୁ ଘଟଣାର ପୂର୍ବରୁ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର। ୨ମାସ ଭିତରେ ତଦନ୍ତ ରିପୋର୍ଟ ଆସିବ ବୋଲି କୁହାଯାଇଛି। ଏହାର ଭିତରେ ରାଜ୍ୟରେ ଆଉ ୨୫ଟି ନୂଆ ଅବକାରୀ ଥାନା ଖୋଲିବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ। ୧୬ଟି ସ୍ଥାନରେ ଖୋଲିବ ୨୫ଟି ଅବକାରୀ ଥାନା। କେବଳ ଗଞ୍ଜାମ ଜିଲ୍ଲାରେ ୬ଟି ନୂଆ ଅବକାରୀ ଥାନା ଖୋଲିବ। ଗଞ୍ଜାମରେ ୩, ବ୍ରହ୍ମପୁରରେ ୩ଟି ନୂଆ ଅବକାରୀ ଥାନା ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।