ପୁଣି ଚର୍ଚ୍ଚାରେ ବିଜେଡି ନେତା ବବି ଦାସ,  କୋରେଇରେ ପୁନଃ ପ୍ରବେଶ ଉଦ୍ୟମ

ସ୍ଥାନୀୟ ବିଧାୟକଙ୍କ କଟାକ୍ଷ । କଟକ ବିଜେଡିରେ ବଢିଲା କନ୍ଦଳ ।

ବନ୍ଧୁମିଳନ ରାଜନୀତି

ବନ୍ଧୁମିଳନ ରାଜନୀତି Photograph: (KanaKnews)

କନକ ବ୍ୟୁରୋ;  ଯାଜପୁର ଜିଲ୍ଲାରେ ବିଜେଡିର ଗଡ ଦୋହଲି ଯାଇଥିବାବେଳ କୋରେଇରେ ବନ୍ଧୁ ମିଳନ ନାଁରେ, ସଂଗଠନ ସଜାଡିବାକୁ ପୁଣି ଅଣ୍ଟା ଭିଡିଛନ୍ତି ବବି ଦାସ। ସଠିପୁର କଲ୍ୟାଣ ମଣ୍ଡପରେ ବନ୍ଧୁମିଳନ କାର୍ଯ୍ୟକ୍ରମର ଆୟୋଜନ କରି ସ୍ଥାନୀୟ ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି କରି ନିଜର ଉପସ୍ଥିତି ଜାହିର କରିଛନ୍ତି ।

 କୋରେଇରେ ନିଜର ପତିଆରା ରଖିବା ପାଇଁ ବାପା ସ୍ବର୍ଗତ ଅଶୋକ ଦାସଙ୍କ ନାଁ ନେବା ସହ କହିଛନ୍ତି, ଯାଜପୁର ମୋ ପାଇଁ ଦେବକୀ ହେଲେ କୋରେଇ ଯଶୋଦା ମାଆ । ପ୍ରଣବଙ୍କ ଏଭଳି ଭାଷଣକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ବିଧାୟକ ଆକାଶ ଦାସ ନାୟକ। କଟାକ୍ଷ କରି କହିଛନ୍ତି, କୋରେଇବାସୀ ବିଗତ ଦିନର ଅନ୍ୟାୟକୁ ମନେରଖିଛନ୍ତି ।
 
ଶାରଦୀୟ ଦେବୀପୂଜା ପାଇଁ ଏବେ କଟକ ବିଜେଡି ଆସନ୍ତା ୨୬ ତାରିଖରେ ଶାରଦୀୟ ବନ୍ଧୁ ମିଳନ କରିବାକୁ ଯାଉଛି।  ମିଳନ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ଛପା ମଧ୍ୟ ଶେଷ ହୋଇଛି। କିନ୍ତୁ ନିମନ୍ତ୍ରଣ ପତ୍ରରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଙ୍କ ନାଁ ନାହିଁ। ହେଲେ ନିମନ୍ତ୍ରଣ ପତ୍ରରେ କଟକ ମେୟର ସୁବାସ ସିଂ, କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସଂ ଏବଂ କଟକ ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ବାଳ ଙ୍କ ନାଁ ରହିଛି। ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି । 
 
ଯାଜପୁରଠାରୁ ଆରମ୍ଭ କରି ରାୟଗଡା, କଟକ, ସବୁଠି ଦଳୀୟ କନ୍ଦଳ ପଦାରେ ପଡିଛି । ଆଗାମି ଦିନରେ ବିଜେଡିର ଶୀର୍ଷ ନେତୃତ୍ବ ଏହାକୁ ନିୟନ୍ତ୍ରଣ କରିବାରେ କେତେ ସକ୍ଷମ ହେଉଛନ୍ତି ତା ଉପରେ ସମସ୍ତଙ୍କ ନଜର । 


 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe