କନକ ବ୍ୟୁରୋ: ଗୋଟିଏ ପଟେ ଘର ସଜାଡିବାକୁ ଉଦ୍ୟମ କରୁଛନ୍ତି ନବୀନ ପଟ୍ଟନାୟକ । ଅନ୍ୟପଟେ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଜଣଙ୍କ ପରେ ଜଣେ ନେତା ନେତୃତ୍ୱ ଏବଂ ସଂଗଠନକୁ ନେଇ ସିଧାସଳଖ ବିଷୋଦଗାର କରୁଛନ୍ତି । ଗତକାଲି ଅମର ଶତପଥୀଙ୍କ କଟାକ୍ଷ କରିବା ପରେ ଆଜି ସ୍ୱର ମିଳାଇଛନ୍ତି ସମ୍ବିତ । 

Advertisment

ନବୀନଙ୍କ ନେତୃତ୍ବକୁ ନେଇ ଅମର ଶତପଥୀ ପ୍ରଶ୍ନ ଉଠାଇବାର ଦିନକ ପରେ, ସମର୍ଥନ କରିଛନ୍ତି ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । କହିଛନ୍ତି, ଅମର ଶତପଥୀଙ୍କ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ । ଜଣେ ଅନୁଭବୀ ନେତା ଭାବେ ସେ ତାଙ୍କର ମତାମତ ରଖିଛନ୍ତି ।  ଯାହା କହୁଛନ୍ତି ଠିକ୍ ମଧ୍ୟ କହୁଛନ୍ତି କିନ୍ତୁ ଜିଲ୍ଲାୱାରୀ ସମୀକ୍ଷା କରିଛନ୍ତି ନବୀନ ।  
 
ବଡ଼ଚଣାରୁ ନିର୍ବାଚନରେ ଟିକେଟ ନମିଳିବା ପରେ ଅସନ୍ତୁଷ୍ଟ ଥିବା ଅମର ଶତପଥି ଶୁକ୍ରବାର ବଡ଼ ବିସ୍ଫୋରଣ କରିଥିଲେ । କନକ ନ୍ୟୁଜର ସ୍ୱତନ୍ତ୍ର ସାକ୍ଷାତକାରରେ ବଡ଼ଚଣାର ପୂର୍ବତନ ବିଧାୟକ କହିଥିଲେ, ଅଭିଜ୍ଞତା ଥାଇ ବି ଅନ୍ଧାରରେ ରହୁଥିଲେ ବିଜେଡି ସୁପ୍ରିମୋ । ନବୀନ ବାବୁ ଯଦି ସବୁ କଥା ଜାଣୁଥାନ୍ତେ ଆଜି ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା ।

ଆଖିରେ ଅନ୍ଧପୁଟୁଳି ବାନ୍ଧି ଅନ୍ୟ ମାନଙ୍କ କଥାରେ ନବୀନ ପଟ୍ଟନାୟକ ପରିଚାଳିତ ହେଉଥିଲେ । ଶନିବାର ଆଉ ପାଦେ ଆଗେଇ ଅମର କହିଛନ୍ତି, ନବୀନ ବିଜୟର ଶ୍ରେୟ ଯେମିତି ନେଉଥିଲେ ପରାଜୟର ଦାୟିତ୍ୱ ବି ନେବା ଆବଶ୍ୟକ । ଆଜିର ଏ ପରିସ୍ଥିତି କାହିଁକି ହେଲା ନବୀନ ତାର ଜବାବ ଦେବା ଦରକାର । 
ନବୀନଙ୍କ ନେତୃତ୍ୱକୁ ନେଇ ସିଧାସଳଖ ଏବେ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି ଦଳର ବରିଷ୍ଠ ନେତା । ଦଳର ପରାଜୟ ପାଇଁ ସିଧାସଳଖ ନବୀନ ଓ ପାଣ୍ଡିଆନଙ୍କୁ ହିଁ ଦାୟୀ କରୁଛନ୍ତି । ସଭାସମିତିଠାରୁ ଆରମ୍ଭ କରି ମୁଖିଆଙ୍କ ସାମ୍ନାରେ ମଧ୍ୟ ବିଷୋଦଗାର କରୁଛନ୍ତି ।