କନକ ବ୍ୟୁରୋ: ବିଜୁ ଜୟନ୍ତୀରେ ପଦାରେ ପଡିଲା ବିଜେଡିର କନ୍ଦଳ । ଗଂଜାମ ଜିଲ୍ଲା ଆସିକାରେ ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପୃଥକ ପୃଥକ ପାଳିତ ହୋଇଛି । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ଯେ, ଏହା ବିରୋଧୀଙ୍କ ପାଇଁ ସମାଲୋଚନ କରିବାକୁ ସୁଯୋଗ ଆଣି ଦେଇଛି । ଆସିକା ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ, ଆସିକା ଏନଏସି ଅଧ୍ୟକ୍ଷ ଓ ଏନଏସି ସଦସ୍ୟଙ୍କୁ ନେଇ ଆସିକା ବିଜୁ ପଟ୍ଟନାୟକ ଛକ ଠାରେ ବିଜୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମିଷ୍ଟାନ୍ନ ବଣ୍ଟନ କରି ସ୍ମୃତିଚାରଣ କରିଥିଲେ । ସେଭଳି ଆସିକା ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ ଓ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ, କିଛି ନିର୍ବାଚିତ ପ୍ରତିନିଧି ବିଜେଡି କାର୍ଯ୍ୟାଳୟରୁ ବାହାରି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ବିଜୁ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟ ଠାରେ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରେ ବିଜୁ ଜୟନ୍ତୀ ପାଳିତ ହୋଇଛି । ଦୁଇଟି ସ୍ଥାନରେ ଗୋଟିଏ ଦଳର ନେତା ଓ କର୍ମୀ ଜୟନ୍ତୀ ପାଳନ କରୁଥିବାରୁ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ ପୁରୀରେ ମଧ୍ୟ ବିଜୁ ଜୟନ୍ତୀ ପୃଥକ ପୃଥକ ପାଳନ ହେବା ବିଜେଡି କନ୍ଦଳକୁ ପଦାରେ ପକାଇଛି ।
ସେପଟେ ବିଜୁ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀକୁ ଆସିଲେ ନାହିଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ଏହି ଉତ୍ସବକୁ ବୟକଟ କରିଛି । ଏମିତି କି ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ଓ ମେୟର ସୁଲୋଚନା ଦାସ ମଧ୍ୟ ଅନୁପସ୍ଥିତ ଅଛନ୍ତି। ପୂର୍ବରୁ ନିମନ୍ତ୍ରଣ ପତ୍ରରେ ଏମାନଙ୍କ ନାଁ ଥିବା ବେଳେ କାର୍ୟ୍ୟକ୍ରମରେ ଅନୁପସ୍ଥିତ ଅଛନ୍ତି । ପୁର୍ବରୁ ବିଧାନସଭାରେ ଆୟୋଜିତ ସଭାରେ ମଧ୍ୟ ବିରୋଧୀ ଦଳ ନେତା ଅନୁପସ୍ଥିତ ରହିଥିଲେ । ଜୟନ୍ତୀରେ ଯୋଗଦେଇ ନବୀନଙ୍କୁ ଚାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/03/06/02oXaev9wqKiqZGJxHgK.jpg)