କନକ ବ୍ୟୁରୋ : ଭୁବନେଶ୍ୱର ପରେ ଭଦ୍ରକ ବିଜେଡିରେ ତେଜିଲା ଗୋଷ୍ଠୀ କନ୍ଦଳ । ଶଙ୍ଖଭବନରେ ପହଁଚିଲା ଭଦ୍ରକକଳି । ଭଦ୍ରକ ଜିଲ୍ଲା ସମୀକ୍ଷା ବେଳେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ଗୋଷ୍ଠୀବୈଠକ ବର୍ଜନ କରି ବାହାରକୁ ଚାଲିଆସିଥିଲେ । ବାହାରକୁ ଆସି ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲେପ୍ରଣବ ପ୍ରକାଶ ଦାସ । ବବି ବୁଝାଇବା ପରେ ବୈଠକକୁ ଫେରିଲେ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ । ସେପଟେଘଟଣାକୁ ନେଇ ଦଳୀୟ ନେତା କହିଲେ ଘର ଭିତରେ ଏମିତି ହୁଏ । ଆମ ଭିତରେ କୌଣସି ବିବାଦ ନାହିଁ ।
ସେପଟେ ଭୁବନେଶ୍ୱର ବିଜେଡ଼ିରେ ହଲଚଲ୍। ବିଜେଡ଼ି କର୍ପୋରେଟରଙ୍କ ମେଳି । ଗୋଟିଏ ବସରେ ଏକାଠି ହେଲେ ୩୦ ଜଣ କର୍ପୋରେଟର। ବିଜେଡିର ସମସ୍ତ କର୍ପୋରେଟର ଏକାଠି ହୋଇ ଲୋକନାଥ ଦର୍ଶନ ପାଇଁ ଯାଉଛନ୍ତି ।ବିଜେଡ଼ିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାରଙ୍କ ବିରୋଧରେ ମେଳି ହୋଇଥିବା ସୂଚନା ମିଳିଛି ।
ଗୋଟିଏପଟେ ଭୁବନେଶ୍ୱର ଓ ଭଦ୍ରକବିଜେଡିରେ କନ୍ଦଳ ଚାଲିଛି । ସେପଟେ ଗଞ୍ଜାମ ଜିଲ୍ଲା ବିଜେଡିରେ ଗୋଳିଆ ସ୍ଥିତି । ଜିଲ୍ଲା ସ୍ତରୀୟପ୍ରସ୍ତୁତି ବୈଠକରେ ଅନୁପସ୍ଥିତ ବହୁ ବିଜେଡି ନେତା । ଚିକିଟି ଓ ଦିଗପହଣ୍ଡି ନେତାଙ୍କ ସମେତ ପୂର୍ବତନସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଏହି ବୈଠକରେ ଦେଖିବାକୁ ମିଳିନାହିଁ ।ଏମାନଙ୍କ ଅନୁପସ୍ଥିତିକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଯେଉଁ ପୂର୍ବତନ ବିଧାୟକ ଓ ସେମାନଙ୍କପ୍ରତିନିଧି ମାନେ ଅନୁପସ୍ଥିତ ଥିଲେ, ସେମାନଙ୍କ ଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ତେବେ ଏହି ଦଳବଦଳ ଚର୍ଚ୍ଚାକୁ ଆଡେଇ ଦେଇ ଅନୁପସ୍ଥିତ ଥିବାପୂର୍ବତନ ବିଧାୟକ, ସାଂସଦ ଓ ନେତା କୌଣସି କାର୍ଯ୍ୟ ରହିଥିବାରୁ ବୈଠକରେ ଅନୁପସ୍ଥିତ ଥିବା ପ୍ରତିକ୍ରିୟାରଖିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି । ଅକ୍ଟୋବର ୨ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇଟିପର୍ଯ୍ୟାୟରେ ବିଜେଡିର ହେବ ପଦଯାତ୍ରା । ଏହାକୁ କିଭଳି ସଫଳ ହେବ ସେନେଇ ଗଞ୍ଜାମ ଜିଲ୍ଲା ବିଜେଡ଼ିସଭାପତିଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ସର୍କିଟ ହାଉସରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ତେବେ ବୈଠକରେଜିଲ୍ଲାର ଅନେକ ବଡ଼ ବଡ଼ ନେତା ସାମିଲ୍ ନହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।