ତୃଣମୂଳରେ ବିଜେଡିକୁ ଶକ୍ତ ଝଟକା । ପଦଚ୍ୟୁତ ହେଲେ ପୌରାଧ୍ୟକ୍ଷ ।

Advertisment

ତୃଣମୂଳସ୍ତରରେ କ୍ଷମତା କଳି। ନିର୍ବାଚନ ହାରିବା ପରେ ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ୁଛି। ଜଣକ ପରେ ଜଣେ ନେତା ଦଳ ଛାଡ଼ିବା ସହିତ ଅସନ୍ତୋଷ ମଧ୍ୟ ଝାଡ଼ୁଛନ୍ତି।

ତୃଣମୂଳସ୍ତରରେ କ୍ଷମତା କଳି। ନିର୍ବାଚନ ହାରିବା ପରେ ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ୁଛି। ଜଣକ ପରେ ଜଣେ ନେତା ଦଳ ଛାଡ଼ିବା ସହିତ ଅସନ୍ତୋଷ ମଧ୍ୟ ଝାଡ଼ୁଛନ୍ତି।

vlcsnap-2024-10-25-20h35m58s109

କନକ ବ୍ୟୁରୋ: ନିର୍ବାଚନ ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ନେତୃତ୍ୱ ଓ ସଂଗଠନକୁ ଚ୍ୟାଲେଞ୍ଜ କରି ନେତା ଦଳ ଛାଡ଼ୁଛନ୍ତି । ତୃଣମୂଳ ସ୍ତରରେ ଦୋହଲି ଯାଇଛି ଦଳର ସଂଗଠନ । ଆଉ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ରାଜ୍ୟରେ ଗୋଟିଏ ମ୍ୟୁନିସିପାଲିଟି ଓ ତିନୋଟି ଏନଏସି କ୍ଷମତାଚ୍ୟୁତ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ଭବାନୀପାଟଣା ମ୍ୟୁନିସିପାଲିଟି ସହିତ, ନୀଳଗିରି ଓ ପୁରୁଷୋତ୍ତମପୁରରେ ମଧ୍ୟ ବିଜେଡି ଅନାସ୍ଥାରେ ପଦ ହରାଇଛି । ସେପଟେ ଜୁନାଗଡ଼ରେ ବିଜେପି ଅଧ୍ୟକ୍ଷଙ୍କୁ ପଦଚ୍ୟୁତ କରିଛନ୍ତି ବିଜେଡି ସଦସ୍ୟ । 
 
ଭବାନୀପାଟଣା :ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା ପଦ ହରାଇଛନ୍ତି । ୨୦ ଜଣ ସଦସ୍ୟ ବିଶିଷ୍ଟ ଭବାନୀପାଟଣା ମ୍ୟୁନିସିପାଲିଟିରେ ବିଜେଡିର ୧୮ଜଣ ସଦସ୍ୟ ଥାଇ ମଧ୍ୟ ମ୍ୟୁନିସିପାଲିଟି ହାତରୁ ଖସି ଯାଇଛି । ୨୦ରୁ ୨୦ ଭୋଟ ଅନାସ୍ଥା ସପକ୍ଷରେ ପଡ଼ିଛି । 


ପୁରୁଷୋତ୍ତମପୁର: ଗଞ୍ଜାମର ପୁରୁଷୋତ୍ତମପୁରର ଅଧ୍ୟକ୍ଷା ଥିଲେ ପ୍ରିୟଙ୍କା ଗୌଡ଼। ସ୍ୱାଧୀନରୁ ଆସି ବିଜେଡିରେ ସାମିଲ ହୋଇଥିଲେ । ପ୍ରବଳ ଗୋଷ୍ଠୀ କନ୍ଦଳ ଯୋଗୁଁ ତାଙ୍କ ବିରୋଧରେ ୧୩ ସଦସ୍ୟରୁ ୧୦ଜଣ ଅନାସ୍ଥା ବିରୋଧରେ ଭୋଟ ଦେଇଥିଲେ ।

ନୀଳଗିରି: ନୀଳଗିରି ଏନଏସି ପୂର୍ବରୁ ବିଜେଡିରେ ଦଖଲରେ ଥିଲା । ଅଧ୍ୟକ୍ଷା ଥିବା ଅମ୍ବିକା ଦାଶଙ୍କ ବିରୋଧରେ ଆସିଥିଲା ଅନାସ୍ଥା । ମୋଟ ୧୩ ସଦସ୍ୟଙ୍କ ମଧ୍ୟରୁ ୧୦ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ ।


ଜୁନାଗଡ଼: ଜୁନାଗଡ଼ ଏନଏସି ବିଜେପି ଦଖଲରେ ଥିଲା । ମୁକେଶ ଅଗ୍ରୱାଲ ଏହାର ଅଧ୍ୟକ୍ଷ ଥିଲେ । ୧୨ ସଦସ୍ୟଙ୍କ ଭିତରୁ ୧୦ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେବା ପରେ ପଦ ହରାଇଥିଲେ ମୁକେଶ ଅଗ୍ରୱାଲ । ଆଗାମୀ ଦିନରେ ଏଗୁଡ଼ିକ ବିଜେଡି ପାଇଁ ଏସିଡ୍ ଟେଷ୍ଟ ହେବ। କାରଣ ଆଗକୁ ରହିଛି ତୃଣମୂଳସ୍ତରରେ ନିର୍ବାଚନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe