କନକ ବ୍ୟୁରୋ : ବିଜେଡିର ପରାଜୟକୁ ନେଇ ସାଂଘାତିକ ବିସ୍ଫୋରଣ କରିଛନ୍ତି ପୂର୍ବତନ ବିଧାୟକ ତଥା ବୌଦ୍ଧ ଜିଲ୍ଲା ସଭାପତି ମହିଧର ରଣା । ତୃଣମୂଳସ୍ତରରେ ନେତାଙ୍କୁ କୌଣସି ଦାୟିତ୍ୱ କି ଗୁରୁତ୍ୱ ନଦେବାରୁ ଦଳ ଏଭଳି ଦଶା ଭୋଗିଲା ବୋଲି କହିଛନ୍ତି ମହିଧର ।

Advertisment

କେବଳ ଏତିକି ନୁହେଁ ବିଜେପିର ଇସ୍ତାହାର ଆଗରେ ବିଜେଡ଼ି ଇସ୍ତାହାର ଆଖିଦୃଶିଆ ହେଲାନାହିଁ । ବିଜେପି ଧାନର ଏମଏସପି ୩୧୦୦, ସୁଭଦ୍ରା ଯୋଜନା, ଭତ୍ତାବୃଦ୍ଧିକୁ ଇସ୍ତାହାରରେ ରଖି ଭୋଟରଙ୍କ ଭରସା ଜିତିଥିଲା । ଯାହାର ପରିଣାମ ଭୋଗିଲା ବିଜେଡି ।

କେବଳ ଏତିକି ନୁହେଁ ବିଭିନ୍ନ ଅଞ୍ଚଳରେ ଗୋଷ୍ଠୀ କନ୍ଦଳ ଓ ନିର୍ବାଚନ ବେଳେ ତ୍ରୁଟି ବିଚ୍ୟୁତି ପାଇଁ ଦଳ ପରାଜୟର ସାମ୍ନା କରିଛି ବୋଲି କହିଛନ୍ତି ମହିଧର । ଏହାପୂର୍ବରୁ ବିଜେଡିର ଅନେକ ନେତା ଦଳର ପରାଜୟକୁ ନେଇ ବିଷୋଦଗାର କରିଥିଲେ । ଜିଲ୍ଲାୱାରୀ ସମୀକ୍ଷା ବେଳେ ନବୀନଙ୍କ ସାମ୍ନାରେ ପରାଜୟର ଗୋଟି ଗୋଟି କାରଣ କହିଥିଲେ ଦଳୀୟ ନେତା । ଯାହା ନିର୍ବାଚନ ବେଳେ ଦଳ ଭିତରେ ସବୁକିଛି ଠିକ୍ ନଥିଲା ବୋଲି ସ୍ପଷ୍ଟ କରିଥିଲା ।