କନକ ବ୍ୟୁରୋ : ଭଦ୍ରକ ବିଜେଡିକୁ ଶକ୍ତ ଝଟ୍କା , ବାପା ବିଜେଡିରେ ଥିବାବେଳେ ଦୁଇ ପୁଅ ମିଶିଲେ ବିଜେପିରେ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବରେ ବିରୋଧୀ ଦଳ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ବିଜେପିର 'ଅପରେସନ ଲୋଟସ' ଅଭିଯାନ କ୍ରମରେ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଆନୁଷ୍ଠାନିକ ଭାବେ ପଦ୍ମ ଧରିଛନ୍ତି ।
ଏହି ମିଶ୍ରଣ ପର୍ବ କେବଳ ପ୍ରଫୁଲ୍ଲ ସାମଲଙ୍କ ପରିବାର ମଧ୍ୟରେ ସୀମିତ ରହିନାହିଁ, ବରଂ ଭଦ୍ରକ ଜିଲ୍ଲାର ରାଜନୈତିକ ସମୀକରଣକୁ ମଧ୍ୟ ଦୋହଲାଇ ଦେଇଛି । ନିକଟରେ ବିଜେଡି ଛାଡିଥିବା ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ ଏବଂ ବାସୁଦେବପୁରର ୪ ଜଣ ବ୍ଲକ ଅଧ୍ୟକ୍ଷ ବିଜେପିରେ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ଭଦ୍ରକ ଜିଲ୍ଲାର ବହୁ ସଂଖ୍ୟକ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ଓ ବ୍ଲକ ସ୍ତରୀୟ ବହୁ ବିଜେଡି ନେତା ଓ କର୍ମୀ ଆଜି ପଦ୍ମ ଶିବିରରେ ଯୋଗ ଦେଇଛନ୍ତି ।
ଅଧିକ ପଢନ୍ତୁ... ଦ୍ବିତୀୟ ଦିନରେ ଶିକ୍ଷକ ଆନ୍ଦୋଳନ : ଆନ୍ଦୋଳନରୁ ଓହରିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁରୋଧ
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଏହି ନେତାମାନେ ଦଳରେ ସାମିଲ ହୋଇଛନ୍ତି । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଧିରେ ଧିରେ ବିଜେଡିର ସଙ୍ଗଠନ ଦୁର୍ବଳ ହେଉଥିବା ବେଳେ ବିଜେପି ନିଜ ସ୍ଥିତିକୁ ଅଧିକ ସୁଦୃଢ଼ ଓ ସଶକ୍ତ କରିବାରେ ଲାଗିଛି । ଆଗାମୀ ଦିନରେ ଏହି ମିଶ୍ରଣର ପ୍ରଭାବ ଭଦ୍ରକ ରାଜନୀତିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/06/bjp-2025-12-06-17-35-40.jpg)