ଲୋକ ଓ କର୍ମୀଙ୍କଠାରୁ ଦୂରେଇ ଗଲାଣି ବିଜେଡି : ବରିଷ୍ଠ ନେତା ଅମର ଶତପଥୀ କହିଲେ, କର୍ମୀ ହିଁ ଗଢ଼ିବେ ନୂଆ ବିଜେଡି

ବର୍ତ୍ତମାନର ବିଜେଡ଼ି ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି । ଏବେ ବିଜେଡିରେ ଯାହା ଘଟୁଛି, ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ଦଳ ନଚାଲିଲେ ଆଗକୁ ଆହୁରି ନେତା, କର୍ମୀ ଦୂରେଇ ଯିବେ ।

BJD

BJD Photograph: (KanakNews)

କନକ ବ୍ୟୁରୋ : ନୂଆ ବିଜେଡ଼ି ଗଠନ ନେଇ ସଂକେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ। ଗଢ଼ି ଉଠିବ ନୂଆ ବିଜେଡ଼ି । ବିଜେଡ଼ି ଲୋକ ହିଁ ଗଠନ କରିବେ ନୂଆ ବିଜେଡ଼ି । ବର୍ତ୍ତମାନର ବିଜେଡ଼ି ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି । ଏବେ ବିଜେଡିରେ ଯାହା ଘଟୁଛି, ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ଦଳ ନଚାଲିଲେ ଆଗକୁ ଆହୁରି ନେତା, କର୍ମୀ ଦୂରେଇ ଯିବେ । ବିଜେଡିରେ କିଏ ହେବେ ଏକନାଥ ସିନ୍ଧେ, ପ୍ରଶ୍ନରେ ଅମର ଶପଥୀ କହିଛନ୍ତି, ବର୍ତ୍ତମାନ ସିଏ ଗୋପରେ ବଢୁଛି କି ମଥୁରାକୁ ଆସି ଗଲେଣି ସେକଥା କିଏ କହିବ । ଗତକାଲି ପୂର୍ବତନ ସାଂସଦ ତଥାଗତ ଶତପଥୀ ଏନେଇ ଇଙ୍ଗିତ ଦେଇଥିଲେ । ଆଜି ତଥାଗତଙ୍କ କଥାକୁ ସମର୍ଥନ କଲେ ବରିଷ୍ଠ ନେତା ଅମର ଶତପଥୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe