କନକ ବ୍ୟୁରୋ : ତତକାଳୀନ ବିଜେଡି ସରକାର ସମୟରେ ୧୦ ବର୍ଷ ମଧ୍ୟରେ ୧୪ ଟି ଶିଳ୍ପ ସଂସ୍ଥାକୁ ଛାଡ କରାଯାଇଛି ୪୦୯୭ କୋଟି ବକେୟା ବିଲ । କେବଳ ସେତିକି ନୁହଁ ରାଜ୍ୟର ୨୩ ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଜୁଳି ବିଲ । ୨୩ ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି । ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ  ଲିଖିତ ଉତ୍ତର ରଖିଛନ୍ତି । ପରୋକ୍ଷରେ ଓଇଆରସିକୁ ଟାର୍ଗେଟ କରିଛନ୍ତି ଶକ୍ତି ମନ୍ତ୍ରୀ ।  ପୁରୁଣା ତଥ୍ୟକୁ ଅନୁଧ୍ୟାନ କରାଯାଉଛି, ବିଭାଗ ଆଗକୁ ବଡ ପଦକ୍ଷେପ ନେଇପାରେ ବୋଲି ଇଙ୍ଗିତ କରିଛନ୍ତି ଶକ୍ତି ମନ୍ତ୍ରୀ। 

Advertisment

ରାଜ୍ୟ ସରକାରଙ୍କ ଅଧିନରେ ଥିବା ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଓଇଆରସି ରାଜ୍ୟରେ ବିଦ୍ୟୁତ ଦର ନିର୍ଧାରଣ କରିଥାଏ ।  ଦର ନିର୍ଧାରଣଠାରୁ ଆରମ୍ଭ କରି ଛାଡ ଯାଏଁ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥାଏ । ବିଦ୍ୟୁତ ଛାଡ କରାଯାଇଥିବା କମ୍ପାନୀଙ୍କ ସହ ପୂର୍ବ ସରକାରଙ୍କ  ସହ ଭଲ ସମ୍ପର୍କ ଥିଲା। ତେଣୁ ଏ କ୍ଷେତ୍ରରେ ଓଇଆରସିଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ତତକାଳୀନ ସରକାରଙ୍କ ନିର୍ଦ୍ଦେଶରେ ଓଆଇଆରସି  କର୍ତ୍ତୃପକ୍ଷ ବିଜୁଳି ବିଲ୍ ଛାଡ କରିଥିବା ଅଭିଯୋଗ ହୋଇଛି । 

କମ୍ପାନୀକୁ ବିଦ୍ୟୁତ ବିଲ ମାଫ ହେବା ପରେ  ସାମ୍ନାକୁ ଆସିଛି ବିଜେଡି ସରକାରଙ୍କର କମ୍ପାନୀ ପ୍ରୀତି। ନିଜ ଶାସନ କାଳରେ ଶିଳ୍ପ ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ଥିଲା ବୋଲି ଧିରେ ଧିରେ ସବୁ ଗୁମର ଫିଟୁଛି। 
ପ୍ରଶ୍ନ ଉଠୁଛି 
- କାହା ଇସାରାରେ ହେଉଥିଲା ବିଜୁଳି ବିଲ୍ ଛାଡ? 
- ଶିଳ୍ପ ସଂସ୍ଥା ଓ ସରକାରଙ୍କ ମଧ୍ୟରେ ହୋଇଥିଲା କି ବଡ ଡିଲ୍ ? 
- ମାଧ୍ୟମ ସିଜିଥିଲେ କି ଓଇଆରସି ଅଧିକାରୀ?