କଟକ ଗଣଦୁଷ୍କର୍ମ ମାମଲା ; ଡିସିପିଙ୍କୁ ଭେଟିଲେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍

କଟକ ଗଣଦୁଷ୍କର୍ମ ମାମଲା ।  ଡିସିପିଙ୍କୁ ଭେଟିଲେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ । ଏବେବି  ଫେରାର ଆଉ ଜଣେ ଅଭିଯୁକ୍ତ । ଏପଟେ ଆଇନଶୃଙ୍ଖଳାକୁ ନେଇ ପୂର୍ବ ସରକାରକୁ ଦାୟୀ କଲେ ଆଇନ ମନ୍ତ୍ରୀ ।

18BJD

କନକ ବ୍ୟୁରୋ: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ଆଜି ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ କଟକ ଡିସିପିଙ୍କୁ ଭେଟିଛନ୍ତି । ସ୍ନେହାଙ୍ଗିନୀ ଛୁରିଆ ଓ ବିଧାୟକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଡିସିପିଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛି । ଏହି ଘଟଣାରେ ପୂର୍ବରୁ ୬ ଜଣ ଗିରଫ ହୋଇଛନ୍ତି । ହେଲେ ଏବେବି ବାହାରେ ବୁଲୁଛି ଆଉ ଜଣେ ଅଭିଯୁକ୍ତ । ଜଗତସିଂହପୁରର ଏହି ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ, ପୀଡ଼ିତା ଓ ତାଙ୍କ ପରିବାର ଗଣମାଧ୍ୟମ ସାମ୍ନାକୁ ନଆସି ଦାବି କରିଛନ୍ତି । 

ସେପଟେ ଏହି ସମ୍ବେଦନଶୀଳ ଘଟଣାରେ କାହିଁକି ବିଳମ୍ବରେ ଏତଲା ରୁଜୁ ହେଲା, କାହିଁକି ଗୋଟିଏ ପରେ ଗୋଟିଏ ଥାନା ବୁଲିଥିଲେ ପୀଡ଼ିତା, ସେନେଇ ଗତକାଲି ପୋଲିସ ଡିଜିଙ୍କୁ ଭେଟିଥିଲେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe