କନକ ବ୍ୟୁରୋ : ଭୁବନେଶ୍ୱର ବିଜେଡିକଳିକୁ ନେଇ ହେବ କି ବଡ଼ କାର୍ଯ୍ୟାନୁଷ୍ଠାନ । ବିଜେଡିର ୪ ଜଣ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସଜାରି ହୋଇଛି । ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ନୋଟିସ ଜାରି କରିଛନ୍ତି । ୪ଜଣ ନେତା ହେଲେ ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୁପକାର, ରାଜେଶପାତ୍ର, ବିବେକ ସ୍ୱାଇଁଙ୍କୁ ସୋକଜ ନୋଟିସ ଜାରି କରି ରିପୋର୍ଟ ମଗାଯାଇଛି । କାହିଁକି ତାଙ୍କବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ତାର ଉତ୍ତର ୧୫ ଦିନ ଭିତରେ ଦେବାକୁ ନୋଟିସରେଉଲ୍ଲେଖ ରହିଛି ।
କିଛି ଦିନ ତଳେ ଶଙ୍ଖଭବନରେ କର୍ପୋରେଟରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦଳରତୁଙ୍ଗ ନେତାଙ୍କ ଉପସ୍ଥିତିରେ ଗଣ୍ଡଗୋଳ ହେବା ପରେ ଭୁବନେଶ୍ୱର ବିଜେଡିରେ ଠିକଠାକ୍ ଚାଲି ନାହିଁବୋଲି ଜଣାପଡିଥିଲା । ଏହାକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ମଧ୍ୟ ଦିଆଯାଇଛି ।ଦଳୀୟ ଫୋରମ ଛାଡି ନେତାଙ୍କ ବିବାଦ ମାମଲା ଥାନାକୁଯିବା ପରେ ଏବେ ଭୁବନେଶ୍ୱର ବିଜେଡି ସୋକଜ ନୋଟିସ ଜାରି କରିଛି ।
ଭୁବନେଶ୍ୱର ବିଜେଡ଼ିରେ ହଲଚଲ୍ । ସେପଟେ ପୁରୀରେ ବିଜେଡ଼ି କର୍ପୋରେଟରଙ୍କ ମେଳି । ପୁରୀରେ ପହଞ୍ଚିଲୋକନାଥଙ୍କୁ ଦର୍ଶନ କରିଛନ୍ତି ୩୦ ଜଣ ବିଜେଡି କର୍ପୋରେଟର । ବିଜେଡିର ସମସ୍ତ କର୍ପୋରେଟର ଏକାଠିହୋଇ ବସରେ ଲୋକନାଥ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଯାଇଛନ୍ତି । ବିଜେଡ଼ିର ବିଦ୍ରୋହୀ କର୍ପୋରେଟର ଅମରେଶଜେନା ଓ ବିରଞ୍ଚି ନାରାୟଣ ମହାସୂପକାରଙ୍କ ବିରୋଧରେ ମେଳି ହୋଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/b9YgvjtgAb5FvgAj4iCV.jpg)