ବିଜେଡି ଖୋଜି ପାଇନି ପରାଜୟର କାରଣ: ଦଳ ଗଢ଼ି ପାରିବ ତ ନୂଆ କମିଟି?

Advertisment

ସଙ୍ଗଠନରେ ନବକଳେବର ପାଇଁ ସଜବାଜ ହେଉଛି ବିଜେଡି । ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ମହିଳା, ଯୁବ, ଶ୍ରମିକ ସାମୁଖ୍ୟ ଓ ପ୍ରବାସୀ ସେଲକୁ ଭାଙ୍ଗିଦେଇଛନ୍ତି ବିଜେଡି ସୁପ୍ରିମୋ । ଖୁବଶୀଘ୍ର ଏହାର ପୁର୍ନଗଠନ ହେବ ।

ସଙ୍ଗଠନରେ ନବକଳେବର ପାଇଁ ସଜବାଜ ହେଉଛି ବିଜେଡି । ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ମହିଳା, ଯୁବ, ଶ୍ରମିକ ସାମୁଖ୍ୟ ଓ ପ୍ରବାସୀ ସେଲକୁ ଭାଙ୍ଗିଦେଇଛନ୍ତି ବିଜେଡି ସୁପ୍ରିମୋ । ଖୁବଶୀଘ୍ର ଏହାର ପୁର୍ନଗଠନ ହେବ ।

sqsq

sqsqsqsq Photograph: (sqsqsqs)

କନକ ବ୍ୟୁରୋ: ସଙ୍ଗଠନରେ ନବକଳେବର ପାଇଁ ସଜବାଜ ହେଉଛି ବିଜେଡି । ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ମହିଳା, ଯୁବ, ଶ୍ରମିକ ସାମୁଖ୍ୟ ଓ ପ୍ରବାସୀ ସେଲକୁ ଭାଙ୍ଗିଦେଇଛନ୍ତି ବିଜେଡି ସୁପ୍ରିମୋ । ଖୁବଶୀଘ୍ର ଏହାର ପୁର୍ନଗଠନ ହେବ । ତେବେ ସବୁ ନେତାଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ଘର ସଜାଡିବା ବିଜେଡି ପକ୍ଷରେ ଏତେ ସହଜ ହୋଇନପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

୨୪ ବର୍ଷ ପରେ ପରାଜୟର ସ୍ବାଦ ଚାଖିଥିବା ବିଜେଡିର ପିଛା ଛାଡୁନି ବିବାଦ। ଏହାରି ଭିତରେ ଦଳ, ସାଙ୍ଗଠନିକ ନିର୍ବାଚନ ପାଇଁ  ପ୍ରସ୍ତୁତି ଆରମ୍ଭ କରିଛି । ହେଲେ ଏଯାଏଁ ପରାୟଜର ସମୀକ୍ଷା ସାରି ନାହିଁ। ସେହପରି ସାଂଗଠନିକ ନିର୍ବାଚନ ପୂର୍ବରୁ ଦଳରେ ନେତାଙ୍କ ମେଳି ବିଜେଡିର ଅଡୁଆ ବଢାଇଛି। ଏସବୁ ଭିତରେ ଆଗାମୀ ୧୦ ରୁ ୧୨ ସପ୍ତାହ ମଧ୍ୟରେ ସଂପୁର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ସୂଚନା ଦେଇଛନ୍ତି। ଚଳିତମାସ ଶେଷ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପରେ ବ୍ଲକ ଅଧିକାରୀଙ୍କ ନାଁ ଘୋଷଣା କରାଯିବ । 

ନୂଆ କମିଟିରେ କେଉଁ ବର୍ଗର ଆଧିପତ୍ୟ ରହିବ ତାକୁ ନେଇ ଦଳରେ ଛକାପଞ୍ଝା ଲାଗି ରହିଛି । ଏହାରି ଭିତରେ ବରିଷ୍ଠ ଓ କନିଷ୍ଠ ବର୍ଗ ଭିନ୍ନ ଭିନ୍ନ ମେଳି କରିବା ଦଳ ପାଇଁ ଅଡୁଆ ବଢାଇଛି । କାରଣ ୨୦୨୪ ନିର୍ବାଚନ ପରିଚାଳନା ତୃଟି ପାଇଁ ଦଳ ହାରିଥିବା ବହୁ ବରିଷ୍ଠ ନେତା ପୂର୍ବରୁ କହିସାରିଛନ୍ତି । ତେଣୁ ପୂର୍ବ ମଙ୍ଗୁଆଳଙ୍କୁ ରିପିଟ୍‌ କଲେ ଦଳରେ ବିବାଦ ବଢିବା ସାମ୍ଭାବନା ଅଧିକ ରହିଛି । ଏହାରି ଭିତରେ ରବିବାର ମହିଳା, ଯୁବ, ଶ୍ରମିକ ସାମୁଖ୍ୟ ଓ ପ୍ରବାସୀ ସେଲ୍‌କୁ ଭାଙ୍ଗିବା ସହ ସଂଗଠନ ନବକଳେବର ପାଇଁ ସଜବାଜ ହେଉଛି ଦଳ। ହେଲେ ଏଥର ସମନ୍ବୟ ରକ୍ଷା କରି ସଂଗଠନ ଦାୟିତ୍ବ ଦେବା ବିଜେଡି ପାଇଁ କାଠିକର ପାଠ ହେବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ। 

ଦଳର ସଭାପତି ଭାବେ ନବୀନ ପଟ୍ଟନାୟକ ପୁଣି ଥରେ ନିର୍ବାଚିତ ହେବା ଏକପ୍ରକାର ସ୍ଥିର ହୋଇ ସାରିଛି । ହେଲେ ଦ୍ବିତୀୟ କ୍ଷମତାକେନ୍ଦ୍ର କୁହାଯାଉଥିବା ସାଂଗଠନିକ ସଂପାଦକ ପଦ ରହିବ ନା ନାହିଁ ତାକୁ ନେଇ ଦଳରେ ଦ୍ବନ୍ଦ ଏଯାଏଁ ତୁଟିନାହିଁ। ପୂର୍ବରୁ କାର୍ୟ୍ୟକାରୀ ସଭାପତି ପଦ ଉଚ୍ଛେଦ ହେଲାଭଳି ଏଥର ସାଂଗଠନିକ ସଂପାଦକ ପଦବୀକୁ ହଟାଇ ଦିଆଯାବା ସମ୍ଭାବନା ମଧ୍ୟ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe